କନକ ବ୍ୟୁରୋ : ଉତ୍ତରାଖଣ୍ଡର ହରିଦ୍ୱାରରେ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଅର୍ଦ୍ଧକୁମ୍ଭର ତାରିଖ ଘୋଷଣା କରାଯାଇଛି । ଅଖିଳ ଭାରତୀୟ ଆଖଡ଼ା ପରିଷଦ ପୁଷ୍କର ଧାମୀ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରି ନିଜର ମୋହର ଲଗାଇଛନ୍ତି ଏବଂ ଏହା ସହିତ ଶାହୀ ସ୍ନାନର ତାରିଖ ମଧ୍ୟ ସ୍ଥିର କରିଛନ୍ତି । ତେବେ ଉତ୍ତରାଖଣ୍ଡ ସରକାର ଆନୁଷ୍ଠାନିକ ଭାବେ କିଛି ସମୟ ପରେ ତାରିଖ ଘୋଷଣା କରିବେ ଏବଂ ତା’ପରେ ନିଜ ତରଫରୁ ଅର୍ଦ୍ଧକୁମ୍ଭର ପ୍ରସ୍ତୁତି ଆରମ୍ଭ କରିବେ କିନ୍ତୁ ଆଖଡ଼ା ପରିଷଦ ପ୍ରସ୍ତୁତି ଆରମ୍ଭ କରିସାରିଛି ।
ସୂଚନାଯୋଗ୍ୟ ଯେ ଏଥର ହରିଦ୍ୱାରରେ ଅନୁଷ୍ଠିତ ହେବାକୁ ଥିବା ଅର୍ଦ୍ଧକୁମ୍ଭ ୨୦୨୭ରେ ହେବ । ଏକ ପୁରୁଣା ପରମ୍ପରାରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଥର ସାଧୁ-ସନ୍ନ୍ୟାସୀ, ବୈରାଗୀ ଏବଂ ଆଖଡ଼ାମାନଙ୍କ ସହିତ ୩ଟି ଶାହୀ ସ୍ନାନ ହେବ । ପ୍ରଥମ ଶାହୀ ସ୍ନାନ ୬ ମାର୍ଚ୍ଚ ୨୦୨୭ରେ ମହାଶିବରାତ୍ରୀ ପର୍ବରେ ହେବ । ଦ୍ୱିତୀୟ ଶାହୀ ସ୍ନାନ ୮ ମାର୍ଚ୍ଚ ୨୦୨୭ରେ ସୋମବତୀ ଅମାବାସ୍ୟା ଦିନ ହେବ । ତୃତୀୟ ଶାହୀ ସ୍ନାନ ୧୪ ଏପ୍ରିଲ ୨୦୨୭ରେ ବୈଶାଖୀରେ ହେବ । ବୈଶାଖୀ ଦିନ ମେଷ ସଂକ୍ରାନ୍ତି ହେବ ଏବଂ ଏହି ଦିନ ହେବାକୁ ଥିବା ସବୁଠାରୁ ପବିତ୍ର ଏବଂ ଅମୃତ ସ୍ନାନ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/13/ardhakumbha-2025-09-13-14-01-55.jpg)