ପ୍ରେମିକାଙ୍କୁ ହାର୍ଦ୍ଦିକଙ୍କ ଟାଟୁ ଉପହାର: ଜାଣନ୍ତ ଏହି ଟାଟୁର ରହସ୍ୟ

Advertisment

ଏହା ଟାଟୁ ହାର୍ଦ୍ଦିକ ଓ ମାହିକା ଏକାଠି ଆଗକୁ ବଢ଼ୁଥିବାର ସଙ୍କେତ ଦେଇଛି ବୋଲି ପ୍ରଶଂସକମାନେ ଅନୁମାନ କରିଦେଇଥିଲେ। ‘ଏମ୍‌‘ ଉପରେ ହୋଇଥିବା ଏହି ଦୁଇ ଚିତାବାଘ ଭିତରୁ ଗୋଟିଏ ପୂରା ଚିତାବାଘର ସ୍ବରୂପ ହୋଇଥିଲା ବେଳ ଅନ୍ୟଟି କେବଳ ରେଖାରେ ଅଙ୍କା ଯାଇଛି।

ଏହା ଟାଟୁ ହାର୍ଦ୍ଦିକ ଓ ମାହିକା ଏକାଠି ଆଗକୁ ବଢ଼ୁଥିବାର ସଙ୍କେତ ଦେଇଛି ବୋଲି ପ୍ରଶଂସକମାନେ ଅନୁମାନ କରିଦେଇଥିଲେ। ‘ଏମ୍‌‘ ଉପରେ ହୋଇଥିବା ଏହି ଦୁଇ ଚିତାବାଘ ଭିତରୁ ଗୋଟିଏ ପୂରା ଚିତାବାଘର ସ୍ବରୂପ ହୋଇଥିଲା ବେଳ ଅନ୍ୟଟି କେବଳ ରେଖାରେ ଅଙ୍କା ଯାଇଛି।

tatoo

tatoo Photograph: (Kanak news)

କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଭାରତ-ପାକିସ୍ତାନ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା କରିଥିବା ନୂଆ ଟାଟୁ କାହାଣୀର ଖୁଲାସା ହୋଇଛି । ଏହି ଟାଟୁକୁ ଏଲିଅନ୍ସ ଟାଟୁର ପ୍ରସିଦ୍ଧ ଟାଟୁ ଚିତ୍ରକର ସନି ଭାନୁଶାଳୀ କରିଥିଲେ । ଏହାର ଡିଜାଇନ୍‌ କରିଥିଲେ ମୁଖ୍ୟଚିତ୍ରକର ତୁଷାର ମାରାଣେ । ପ୍ରେମିକା ମାହିକା ଶର୍ମା ଉଦେଶ୍ୟରେ ଏପରି ଟାଟା ହାର୍ଦ୍ଦିକ କରିଥିବା ଜଣାପଡ଼ିଛି। ହାର୍ଦ୍ଦିକଙ୍କ ବେକ ପଛପଟେ ଥିବା ‘ଏମ୍‌’ ଟାଟୁ ଡିଜାଇନ୍‌ଟି ସ୍ପଷ୍ଟ ଭାବେ ଜଣାପଡ଼ୁଥିଲା ଏହା ନିଶ୍ଚିତ ମାହିକା ପାଇଁ ହୋଇଛି। କାରଣ ‘ଏମ୍‌’ଟି ‘ମାହିକା’ଙ୍କ ପ୍ରଥମ ଅକ୍ଷରୁ ଆସିଥିଲା । କିନ୍ତୁ ଏହାକୁ ନେଇ ଅଙ୍କା ଯାଇଥିବା ଦୁଇଟି ଚିତାବାଘ ବିଷୟରେ ସ୍ପଷ୍ଟ ଭାବେ ଜଣାପଡ଼ୁ ନଥିଲା। 

ଆହୁରି ପଢ଼ନ୍ତୁ... ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟାଙ୍କ ମୃତଦେହ ଉଦ୍ଧାର

ହେଲେ ଏହା ଟାଟୁ ହାର୍ଦ୍ଦିକ ଓ ମାହିକା ଏକାଠି ଆଗକୁ ବଢ଼ୁଥିବାର ସଙ୍କେତ ଦେଇଛି ବୋଲି ପ୍ରଶଂସକମାନେ ଅନୁମାନ କରିଦେଇଥିଲେ। ‘ଏମ୍‌‘ ଉପରେ ହୋଇଥିବା ଏହି ଦୁଇ ଚିତାବାଘ ଭିତରୁ ଗୋଟିଏ ପୂରା ଚିତାବାଘର ସ୍ବରୂପ ହୋଇଥିଲା ବେଳ ଅନ୍ୟଟି କେବଳ ରେଖାରେ ଅଙ୍କା ଯାଇଛି। ପ୍ରଥମ ଚିତାବାଘଟି ସାହସ, ଶକ୍ତି, ମହତ୍ୱାକାଂକ୍ଷା ଓ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଥିଲା ବେଳେ ହାଲ୍‌କା ରେଖାରେ ଚିତ୍ରିତ ଚିତାଟି ମାହିକାଙ୍କ ଗଠନକୁ ବର୍ଣ୍ଣନା କରୁଛି ବୋଲି ପ୍ରଶଂସକମାନେ ଅନୁମାନ କରିଥିଲେ। 

ଏଲିଅନ୍ସ ଟାଟୁ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରି ଲେଖିଛି, ‘‘ତୁମେ ଠିକ୍‌ ଅନୁମାନ କଲ। ସେ ହାର୍ଦ୍ଦିକ ପାଣ୍ଡ୍ୟା ଥିଲେ। ସେ ରାତି ୨ଟାରେ ମାହିକାଙ୍କ ପାଇଁ ଉପହାର ନେଇକି ଯାଉଛନ୍ତି। ଏହି ଉପହାର ଫୁଲ କି ପୋଷ୍ଟ ନୁହେଁ କି କିଛି ପ୍ରତିଶ୍ରୁତି ନୁହେଁ। କେବଳ ଗୋଟିଏ ଶାନ୍ତ ଧାରଣା-ବେକରେ ଗୋଟିଏ ‘ଏମ୍‌’। କିନ୍ତୁ ଡିଜାଇନ୍ କେବଳ ଗୋଟିଏ ଅକ୍ଷରରେ ରହି ନଥିଲା।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe