କନକ ବ୍ୟୁରୋ: ଆସିଲା ଆଇସିସିର ନୂଆ ରାଙ୍କିଙ୍ଗ୍ ତାଲିକା । ଆଉ ନୂଆ ରାଙ୍କିଙ୍ଗ୍ ତାଲିକାରେ ଭାରତୀୟ ଖେଳାଳିଙ୍କୁ ମିଳିଛି ବଡ ସଫଳତା । ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ, ଯୁବ ଖେଳାଳି ତିଲକ ବର୍ଲା ଟପ-୧୦ରେ ଏଣ୍ଟ୍ରି ମାରିଛନ୍ତି । ତେବେ ୬୯ଟି ସ୍ଥାନ ଉପରକୁ ଉଠି ଟପ୍-୧୦ରେ ପ୍ରବେଶ କରିଛନ୍ତି ତିଲକ୍ ବର୍ମା ।
ତେବେ ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଦକ୍ଷିଣ ଆଫ୍ରିକା ବିରୋଧରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଯାହା ପରେ ସେ ଇଂଲଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍ ଆଉ ନେପାଳର ଦୀପେନ୍ଦ୍ର ସିଂଙ୍କୁ ହଟେଇ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି । ଏବେ ନେପାଳଙ୍କ ଦୀପେନ୍ଦ୍ର ସିଂ ଦ୍ୱିତୀୟ ସ୍ଥାନରେ ଥିବାବେଳେ, ଇଂଲଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍ ତୃତୀୟ ଓ ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିସ୍ ଚତୁର୍ଥ ସ୍ଥାନରେ ଅଛନ୍ତି ।
ସେପଟେ ଟି-୨୦ ବ୍ୟାଟିଂ ତାଲିକାରେ ନମ୍ବର ଏକ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଫିଲ୍ ସଲ୍ଟ ଥିବାବେଳେ, ତୃତୀୟ ସ୍ଥାନକୁ ଲମ୍ବା ଲମ୍ଫ ପ୍ରଦାନ କରିଛନ୍ତି ତିଲକ୍ ବର୍ମା । ମୋଟ ୮୦୬ ପଏଣ୍ଟ ସହ ଏହି ତାଲିକାର ସହ ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କ ପଛକୁ ଭାରତର ଟି-୨୦ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ରହିଛନ୍ତି । ସେହିପରି ପାକିସ୍ତାନୀ ଖେଳାଳି ବାବର ଆଜମ୍, ମହମ୍ମଦ ରିଜଓ୍ୱାନ୍ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନରେ ରହିଛନ୍ତି । ଭାରତୀୟ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସଓ୍ୱାଲ ୮ମ ସ୍ଥାନରେ ରହିଛନ୍ତି ।