କନକ ବ୍ୟୁରୋ: କୋରାପୁଟ ପୁଲିସ ହାତରେ ଧରାପଡ଼ିଛି ହାର୍ଡକୋର ମାଓବାଦୀ କୁଞ୍ଜମ ହିଡ଼ମା । ଏସିଏମ ମାଓବାଦୀ କୁଞ୍ଜମ ହିଡ଼ମାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ l ଏକେ ୪୭ ବନ୍ଧୁକ, ୩୫ ରାଉଣ୍ଡ ଗୁଳି ଗୋଳାବାରୁଦ , ୨୦ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୯୦ ଅଣ-ଇଲେକ୍ଟ୍ରିକ୍ ଡେଟୋନେଟର , ପ୍ରାୟ ୨ କିଲୋ ଗନ୍ ପାଉଡର, ରେଡ଼ିଓ, ୱାକି-ଟକି, ଛୁରୀ କଟୁରୀ,ଟର୍ଚ୍ଚ ଆଦି ସାମଗ୍ରୀ ଜବତ କରିଛି ପୁଲିସ । ହିଡ଼ମା ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ହିଡ଼ମା ନାମରେ କୋରାପୁଟ ଜିଲ୍ଲାରେ ୪ଟି ମାମଲା ଓ ମାଲକାନଗିରି ଜିଲ୍ଲାରେ ୩ଟି ମାମଲା ଅଛି । ଏନେଇ କୋରାପୁଟ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଗତ କିଛି ଦିନ ତଳେ ଛତିଶଗଡ଼ ବିଜେପୁର ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା l ଏଥିରେ ଅନେକ ମାଓବାଦୀ ନିପାତ ହୋଇଥିଲେ । କିଛି ମାଓବାଦୀ ଭୟରେ ଛତିଶଗଡ଼ ସୀମାନ୍ତ କୋରାପୁଟ ଜିଲ୍ଲା ପଳାଇଆସିଥିଲେ । ସେଥିପାଇଁ କୋରାପୁଟ ପୁଲିସ ବୈପାରୀଗୁଡ଼ା ଥାନା ପେଟାଗୁଡା ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ଚଳାଇଥିଲା । ଏହି ସମୟରେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ l ଯବାନମାନେ ପାଲଟା ଆକ୍ରମଣ ମଧ୍ୟ କରିଥିଲେ l ଜଣେ ମାଓବାଦୀ ଖସି ପଳାଇଥିବାବେଳେ ଆଉ ଜଣେ ବୁଦା ମୂଳେ ଲୁଚିଥିବାବେଳେ ଯବାନମାନେ ତାକୁ ଧରିଥିଲେ l ପୁଲିସ ହାତରେ ଧରା ପଡ଼ିଥିବା ମାଓବାଦୀ ହେଉଛି ଏରିଆ କମିଟି ସଦସ୍ୟ କୁଞ୍ଜାମ ହିଡ଼ମା , ଡାକ ନାମ ମୋହନ । ଘର ଛତିଶଗଡ଼ ବିଜାପୁର ଜିଲ୍ଲାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/29/6uROnyuC0j5lLyEuTNBQ.jpg)