ଲଲିତ ମୋଦୀଙ୍କୁ ହରଭଜନ ସିଂଙ୍କ ସମାଲୋଚନା: ସ୍ବାର୍ଥ ପାଇଁ ପୁରୁଣା ଭିଡିଓ ଜାରି କରୁଥିବା ଅଭିଯୋଗ

୧୮ବର୍ଷ ପୁରୁଣା ଘଟଣାକୁ ପୁଣି ସାମ୍ନାକୁ ଆଣିବା ପଛରେ ଲଳିତଙ୍କ ବ୍ୟକ୍ତିଗତ ସ୍ବାର୍ଥ ରହିଛି ଓ ଏହା ଏକ ଘୃଣ୍ୟ କାମ ବୋଲି ଭଜି କହିଛନ୍ତି । ହରଭଜନ ସିଂହ ଆହୁରି କହିଛନ୍ତି, "ଯାହା ବି ଘଟିଥିଲା ସେଥିପାଇଁ ମୋତେ ଖରାପ ଲାଗୁଛି ।

35

Photograph: (kanak news)

କନକ ବ୍ୟୁରୋ: ଲଳିତ ମୋଦୀଙ୍କ ଉପରେ ବର୍ଷିଲେ ହରଭଜନ ସିଂ । ଶ୍ରୀସନ୍ଥଙ୍କୁ ହରଭଜନ ସିଂ ଚାପୁଡା ମାରିଥିବା ଏକ ପୁରୁଣା ଭିଡିଓକୁ ଲଳିତ ମୋଦୀ ନିକଟରେ ପୁଣି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି ଭଜି । ୧୮ବର୍ଷ ପୁରୁଣା ଘଟଣାକୁ ପୁଣି ସାମ୍ନାକୁ ଆଣିବା ପଛରେ ଲଳିତଙ୍କ ବ୍ୟକ୍ତିଗତ ସ୍ବାର୍ଥ ରହିଛି ଓ ଏହା ଏକ ଘୃଣ୍ୟ କାମ ବୋଲି ଭଜି କହିଛନ୍ତି । ହରଭଜନ ସିଂହ ଆହୁରି କହିଛନ୍ତି, "ଯାହା ବି ଘଟିଥିଲା ସେଥିପାଇଁ ମୋତେ ଖରାପ ଲାଗୁଛି । ଆମେ ଖେଳୁଥିଲୁ ଏବଂ ସମସ୍ତଙ୍କ ମନରେ କିଛି ନା କିଛି ଚାଲିଥିଲା । ଭୁଲ ହୋଇଛି ଏବଂ ଆମେ ଏଥିପାଇଁ ଲଜ୍ଜିତ । ମୁଁ ମଧ୍ୟ ଭୁଲ କରିଛି । ମୁଁ ପ୍ରତ୍ୟେକ ମଞ୍ଚରେ ଏଥିପାଇଁ କ୍ଷମା ମାଗିଛି । ମଣିଷ, ଭୁଲ କରେ,  କିନ୍ତୁ ଭିଡିଓଟି ବାହାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ । କେହି ଏପରି କାମ କରିବା ଉଚିତ୍ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe