ନାରୀ ଅବଳା, ଦୁର୍ବଳା ନୁହେଁ ସେ ସବଳା । ସବୁ କ୍ଷେତ୍ରରେ ପାରଙ୍ଗମ । ସବୁ କିଛି ବୁଝିପାରେ ସମସ୍ତଙ୍କୁ ବୁଝାଇପାରେ । ଘର ହେଉ କି ଅଫିସ , ଗଭୀର ସମୁଦ୍ର ହେଉ ଅବା ଉଚ୍ଚ ଆକାଶ । ସବୁଠି ନିଜର ଦକ୍ଷତାର ପ୍ରମାଣ ଦେଇଛି ନାରୀ । ଜନନୀରୁ ଜନତାଙ୍କ ନେତ୍ରୀର ଯାତ୍ରାରେ ଏମିତି ଅନେକ ଉଦାହରଣ ରହିଛି ଯାହା ବେହିସାବ, ଯାହା ଅମୂଲ୍ୟ । ଆଜି ସେହି ନାରୀ ପାଇଁ ଖାସ୍ ଦିନଟିଏ । ଆଜି ଦୁନିଆ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଦେଶର ବିଭିନ୍ନ ସହରରେ ଭଳିକି ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
/kanak/media/media_files/2025/03/08/uYYRxz1kNRbYOPZSXxqr.jpg)
କେଉଁଠି ମାରାଥନ୍ ତ ପୁଣି କେଉଁଠି ସାଇକେଲ ଏବଂ ବାଇକ୍ ରାଲି । କେଉଁଠି ମହିଳାଙ୍କୁ ସମ୍ମାନ ଦେବାକୁ ନିଜେ ମୁଖ୍ୟମନ୍ତ୍ରୀ ପହଁଚିଛନ୍ତି ତ ପୁଣି କେଉଁଠି ସଭାରେ ସମ୍ମାନିତ କରାଯାଇଛି । ଆଜି ଦିନକ ପାଇଁ ଦିଲ୍ଲୀର ସମସ୍ତ ଟ୍ରେନ୍ ଓ ମେଟ୍ରୋକୁ ଚଳାଇଛନ୍ତି ମହିଳା ଲୋକପାଇଲଟ । ପ୍ରଥମ ଥର ପାଇଁ ଆଜି ସମସ୍ତ ବନ୍ଦେ ଭାରତକୁ ଚଳାଇଛନ୍ତି ମହିଳା ଲୋକପାଇଲଟ । ଏଥିସହ ଷ୍ଟେସନରେ ସେମାନଙ୍କୁ ସ୍ବାଗତ ସମ୍ବର୍ନ୍ଧନା ଜଣାଯିବା ସହ ମହିଳାଙ୍କ ପାଇଁ ମାଗଣା ଯାତ୍ରା ଭେଟି ଦିଆଯାଇଛି । ଆଉ ଇଏ ହେଉଛି ମହାରାଷ୍ଟ୍ରର ଏମିତି ଏକ ମେଟ୍ରୋ ଷ୍ଟେସନ ଯେଉଁଠି ପ୍ରତ୍ୟକ କର୍ମଚାରୀ କେବଳ ମହିଳା ।
ସେପଟେ ଲକ୍ଷପତି ଦିଦିଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ଦର୍ଶାଇବା ଏହି ଦିନର ଉଦ୍ଦେଶ୍ୟ । ମହିଳାଙ୍କ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ ।