ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାହାରିଲା ଶୋଭାଯାତ୍ରା : ମହିଳା ବୁଲାଇଲେ ଖଣ୍ଡା, ଜଣେ ଗୁରୁତର

Advertisment

ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବିରାଟ ଶୋଭାଯାତ୍ରା । ଖଣ୍ଡା ବୁଲାଇଛନ୍ତି ଲୋକେ । ଶୋଭାଯାତ୍ରା ବେଳେ ଅଘଟଣ ବି ଘଟିଛି ।  ଜଣେ ମହିଳା ଗୁରୁତର ହୋଇଛନ୍ତି  ।

ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବିରାଟ ଶୋଭାଯାତ୍ରା । ଖଣ୍ଡା ବୁଲାଇଛନ୍ତି ଲୋକେ । ଶୋଭାଯାତ୍ରା ବେଳେ ଅଘଟଣ ବି ଘଟିଛି ।  ଜଣେ ମହିଳା ଗୁରୁତର ହୋଇଛନ୍ତି  ।

sambalpur 45

Photograph: (kanaknews)

କନକବ୍ୟୁରୋ : ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବିରାଟ ଶୋଭାଯାତ୍ରା । ଖଣ୍ଡା ବୁଲାଇଛନ୍ତି ଲୋକେ । ଶୋଭାଯାତ୍ରା ବେଳେ ଅଘଟଣ ବି ଘଟିଛି ।  ଜଣେ ମହିଳା ଗୁରୁତର ହୋଇଛନ୍ତି  । ମହିଳା ଜଣକ ଖଣ୍ଡା ବୁଲାଇବା ସମୟରେ ଅସାବଧାନତାରୁ ଖଣ୍ଡାଟି ତାଙ୍କ ମୁଣ୍ଡରେ ବାଜିଛି ।  ଫଳରେ ସମ୍ପୃକ୍ତ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶୋଭାଯାତ୍ରାରେ ଶହ ଶହ ମହିଳା ଥିବାବେଳେ ମହିଳା ମାନେ ଖଣ୍ଡା ବୁଲାଉଥିଲେ । ମଧ୍ୟରାତ୍ର ଯାଏଁ ସମ୍ବଲପୁରରେ ଚାଲିଥିଲା ଶୋଭାଯାତ୍ରା । ସେପଟେ ଗଦା ବୁଲାଇଲେ ସ୍ବାସ୍ଥ୍ୟମନ୍ତ୍ରୀ । ବରଗଡ଼ ଜିଲ୍ଲା ପଦ୍ମପୁରରେ ହନୁମାନ ଜୟନ୍ତୀରେ ସାମିଲ ହୋଇ ଗଦା ବୁଲାଇଛନ୍ତି ମୁକେଶ ମହାଲିଙ୍ଗ ।  ହିନ୍ଦୁ ଓ ହନୁମାନ ପ୍ରେମୀଙ୍କ ଭିତରେ ଉତ୍ସାହ ଦେଖି ନିଜେ ନିଜକୁ ଅଟକାଇ ପାରିନଥିଲେ ମନ୍ତ୍ରୀ ।

ସେମାନଙ୍କ ସହ ସାମିଲ ହୋଇ ଗଦା ବୁଲାଇବା ସହିତ ହନୁମାନ ଭକ୍ତ ମାନଙ୍କ ସହିତ ଖୁବ ନାଚିଥିଲେ । ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ ଓ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ପଦ୍ମପୁର ରାମ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା । ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସାମିଲ ହୋଇଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe