କନକବ୍ୟୁରୋ : ସାରା ଦେଶରେ ଆଜି ପାଳନ ହେଉଛି ହନୁମାନ ଜୟନ୍ତୀ । ବଜରଙ୍ଗୀବାଲିଙ୍କ ଭକ୍ତ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରୁଛନ୍ତି । ବିଶେଷ କରି ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯିବ ସହ ସୁରଖୁରରେ ଦର୍ଶନ କରି କିଭଳି ଭକ୍ତ ଫେରିବେ ସେନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ସେପଟେ ଅଯୋଧ୍ୟା ରାମମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ଚୈତ୍ର ମାସର ପୂର୍ଣ୍ଣିମା ତିଥିରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ମାନ୍ୟତା ରହିଛି ଏହି ଦିନରେ ଯିଏ ସ୍ୱଚ୍ଛ ମନରେ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରେ ତାର ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ତାଙ୍କର ସମସ୍ତ କଷ୍ଟ ସମସ୍ୟା ଅନ୍ତ ହୁଏ । ହନୁମାନଙ୍କୁ ପୂଜା କରିବା ଦ୍ୱାରା, ଭକ୍ତ କେବଳ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରନ୍ତି ନାହିଁ ବରଂ ପ୍ରଭୁ ଶ୍ରୀ ରାମଙ୍କ ଆଶୀର୍ବାଦ ମଧ୍ୟ ପାଆନ୍ତି ।