ଜଗତସିଂହପୁର ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି ହଂସୁଆ ନଦୀ । ହୋଇପାରୁନି ଜଳ ନିଷ୍କାସନ । ଧାନ ବିଲରେ ଲହଡି ମାରୁଛି ନଦୀ ପାଣି

Advertisment

ରଘୁନାଥପୁର ବ୍ଲକ ରେଢୁଆ ଗାଁ ଏବଂ ଜଗତସିଂହପୁର ବ୍ଲକ ଚାନ୍ଦୁରା ଗାଁର ଚାଷ ଜମି ଏବେ ହ୍ରଦର ଭ୍ରମ ସୃଷ୍ଟି କରୁଛି। ଚାଷୀ ରୋଇଁଥିବା ଧାନତଳି ସବୁ ବୁଡି ରହିଛି। ଦୀର୍ଘଦିନ ଧରି ବୁଡି ରହିବା ଯୋଗୁଁ ତଳିଗୁଡିକ ଶଢ଼ୀ ନଷ୍ଟ ହୋଇଗଲାଣି। 

ରଘୁନାଥପୁର ବ୍ଲକ ରେଢୁଆ ଗାଁ ଏବଂ ଜଗତସିଂହପୁର ବ୍ଲକ ଚାନ୍ଦୁରା ଗାଁର ଚାଷ ଜମି ଏବେ ହ୍ରଦର ଭ୍ରମ ସୃଷ୍ଟି କରୁଛି। ଚାଷୀ ରୋଇଁଥିବା ଧାନତଳି ସବୁ ବୁଡି ରହିଛି। ଦୀର୍ଘଦିନ ଧରି ବୁଡି ରହିବା ଯୋଗୁଁ ତଳିଗୁଡିକ ଶଢ଼ୀ ନଷ୍ଟ ହୋଇଗଲାଣି। 

42

କନକ ବ୍ୟୁରୋ : ଜଗତସିଂହପୁର ଓ କଟକ ଜିଲ୍ଲା ସୀମା କନ୍ଦରପୁର ନିକଟରେ ମହାନଦୀରୁ ବାହାରିଛି ହଂସୁଆ ନଦୀ। ୫୦ କିଲୋମିଟରରୁ ଉର୍ଦ୍ଧ ଲମ୍ବ ବିଶିଷ୍ଟ ହଂସୁଆ ଡ୍ରେନେଜ ମାଧ୍ୟମରେ ଜଗତସିଂହପୁର ଜିଲ୍ଲାର ବିରିଡି, ରଘୁନାଥପୁର, ତିର୍ତ୍ତୋଲ, ଜଗତସିଂହପୁର, ବାଲିକୁଦା ଓ ଏରସମା ବ୍ଲକର ଚାଷଜମିରୁ ବର୍ଷାଜଳ ନିଷ୍କାସନ ହୋଇଥାଏ। ଜଟାଧାରୀ ମୁହାଣ ଦେଇ ସମୁଦ୍ରରେ ମିଶିଥାଏ। ହେଲେ ଏବେ ଜଳ ନିଷ୍କାସନ ପଥରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅବରୋଧ କାରଣରୁ ବର୍ଷାଜଳ ସମୁଦ୍ରକୁ ଯାଇପାରୁନାହିଁ। ଫଳରେ ଧାନବିଲରେ ମାସମାସ ଧରି ପାଣି ଜମି ରହୁଛି। 

ରଘୁନାଥପୁର ବ୍ଲକ ରେଢୁଆ ଗାଁ ଏବଂ ଜଗତସିଂହପୁର ବ୍ଲକ ଚାନ୍ଦୁରା ଗାଁର ଚାଷ ଜମି ଏବେ ହ୍ରଦର ଭ୍ରମ ସୃଷ୍ଟି କରୁଛି। ଚାଷୀ ରୋଇଁଥିବା ଧାନତଳି ସବୁ ବୁଡି ରହିଛି। ଦୀର୍ଘଦିନ ଧରି ବୁଡି ରହିବା ଯୋଗୁଁ ତଳିଗୁଡିକ ଶଢ଼ୀ ନଷ୍ଟ ହୋଇଗଲାଣି। 

ଚାଷୀଙ୍କ ସମସ୍ୟାର ସମାଧାନ ସମ୍ପର୍କରେ ଜଳନିଷ୍କାସନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe