ପୁଣି ସ୍ବାମୀ ବଦଳାଇଲେ ହଂସିତା । ନିୟମିତ ଜାମିନ ଆବେଦନରେ ଅନୀଲ ମହାନ୍ତିଙ୍କୁ ଦର୍ଶାଇଲେ ସ୍ବାମୀ ।

Advertisment

ପ୍ରଥମେ ସରୋଜ ସାହୁଙ୍କୁ ସ୍ବାମୀ ଦର୍ଶାଇ ଅନ୍ତରୀଣ ଜାମିନ୍ ପାଇଁ କରିଥିଲେ ଆବେଦନ । ଖାରଜ କଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଦ୍ବିତୀୟ ।

ପ୍ରଥମେ ସରୋଜ ସାହୁଙ୍କୁ ସ୍ବାମୀ ଦର୍ଶାଇ ଅନ୍ତରୀଣ ଜାମିନ୍ ପାଇଁ କରିଥିଲେ ଆବେଦନ । ଖାରଜ କଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଦ୍ବିତୀୟ ।

ହଂସିତାଙ୍କ ସ୍ବାମୀ କିଏ?

Photograph: (kanaknews)

କନକ ବ୍ୟୁରୋ : ହଂସିତା ଅଭିଲିପ୍ସାଙ୍କର ପ୍ରକୃତ ସ୍ବାମୀ କିଏ ? ସରୋଜ ସାହୁ ନା ଅନୀଲ ମହାନ୍ତି ?  ପୂର୍ବରୁ ସ୍ବାମୀ ସରୋଜ ସାହୁଙ୍କ ଦେହ ଖରାପ ଦର୍ଶାଇ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ । ଆଜି ପୁଣି ଅନୀଲ ମହାନ୍ତିଙ୍କୁ ନିଜର ସ୍ବାମୀ ବୋଲି ଦର୍ଶାଇଛନ୍ତି ହଂସିତା । ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜରେ ହଂସିତା କରିଥିବା ଆବେଦନରେ ଅନୀଲ ମହାନ୍ତିଙ୍କୁ ସ୍ବାମୀ ବୋଲି ଦର୍ଶାଇଛନ୍ତି । ଫଳରେ ବାରମ୍ବାର ସ୍ୱାମୀ ବଦଳାଇ ଜାମିନ ପାଇଁ ଆବେଦନ କରୁଥିବା ହଂସିତାଙ୍କ ପାଇଁ ଅଡୁଆ ବଢିଛି । 

ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କରଙ୍କ କୋର୍ଟ । ସେପଟେ ଏହି ଠକ ଦମ୍ପତିଙ୍କ ବିରୋଧରେ ସମସ୍ତ ଠକେଇ ଦସ୍ତାବିଜ ଦାଖଲ ପାଇଁ ସମୟ ମାଗିଛନ୍ତି ସରକାରୀ ଓକିଲ ସଲିଳ ପ୍ରଧାନ । ସବୁଠୁ ବଡ଼କଥା, ହଂସିତା ଅଭିଲିପ୍ସାଙ୍କ ବିରୋଧରେ ଆଇଟିପିଏ ଆକ୍ଟର ସେକ୍ସନ ୫ ମଧ୍ୟ ଲଗାଯାଇଛି । ଯାହାକୁ ନେଇ ତଦନ୍ତର ନୂଆ ନୂଆ ଦିଗ ସାମ୍ନାକୁ ଆସୁଥିବା ବେଳେ, ବଡ଼ ବଡ଼ ଲୋକଙ୍କ ଚେହେରା ଖୁବଶୀଘ୍ର ସାମ୍ନାକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ସରକାରୀ ଓକିଲ ସଲିଳ ପ୍ରଧାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସୌଭାଗ୍ୟ ପରିଡ଼ା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe