ସରିଲା ରିମାଣ୍ଡ ; ଜେଲ ଗଲେ ହଂସିତା

ହଂସିତା ଓ ଅନିଲଙ୍କ ସରିଲା ଦିନିକିଆ ରିମାଣ୍ଡ ।  ଜେଲ ଗଲେ ଠକ ବଣ୍ଟି ବବଲି । ବେଆଇନ୍ ଟଙ୍କା କାରବାର ନେଇ ଜେରା କରିଥିଲା ସ୍ପେଶାଲ କ୍ରାଇମ୍‌ ୟୁନିଟ୍ ।

38hhh

କନକ ବ୍ୟୁରୋ: ଠକ ବଣ୍ଟି ବବଲିଙ୍କ ସରିଲା ରିମାଣ୍ଡ ଅବଧି । ଅନୀଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ଦିନିକିଆ ରିମାଣ୍ଡ ଶେଷ ହୋଇଛି । ଏବେ ଦୁହିଁଙ୍କୁ କୋର୍ଟରେ ହାଜର କରାଯିବ । ଦିନିକିଆ ରିମାଣ୍ଡରେ ନେଇ ଜେରା କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଦୁହିଁଙ୍କ ଟଙ୍କାର ଉତ୍ସ ନେଇ କରିଛି ଖୋଳତାଡ଼ । ନଗଦ ଟଙ୍କା ଦେଇ ଦାମୀ ଗାଡ଼ି କିଣିବା କେମିତି ସମ୍ଭବ ହେଲା ଜେରା କରୁଛି ପୋଲିସ। କଳାହାଣ୍ଡି ନର୍ଲାରୁ ଆସିଥିବା ହଂସୀତା, ଏକ ସ୍ପା'ରେ କାମ କରୁଥିବା ବେଳେ ଏତେ କୋଟିର ମାଲିକ କେମିତି ହେଲେ ତାକୁ ନେଇ ଚାଲିଛି ଖୋଲତାଡ଼ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe