କନକ ବ୍ୟୁରୋ: ଉଭୟ ହଂସିତା ଓ ଅନିଲଙ୍କୁ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ଯୁନିଟ ଦିନିକିଆ ରିମାଣ୍ଡରେ ଆଣିଥିବା ବେଳେ କ୍ୟାମେରା ଆଗରେ ଭେଁ ଭେଁ ହୋଇ କାନ୍ଦିଛନ୍ତି ହଂସିତା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଉଭୟଙ୍କୁ ଯେତେବେଳେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା ସେହି ସମୟରେ ସାମ୍ୱାଦିକଙ୍କ ପ୍ରଶ୍ନରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ହଂସିତା ଓ ଅନିଲ । ଠକେଇ ଅଭିଯୋଗରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଦ୍ୱାରା ଗିରଫ ହୋଇଥିବା ଏହି ଠକ ଯୋଡିଙ୍କୁ ଦିନିକିଆ ରିମାଣ୍ଡରେ ନେବାକୁ କୋର୍ଟ ପକ୍ଷରୁ ଅନୁମତି ମିଳିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟଙ୍କ ନାଁରେ ଥିବା ସମସ୍ତ ଅଭିଯୋଗ ସମ୍ପୁର୍ଣ ଭିତ୍ତିହୀନ ଓ ଉଭୟ ସମ୍ପୂର୍ଣ୍ଣ ନିର୍ଦୋଷ ବୋଲି କ୍ୟାମେରା ସାମନାରେ କହିଛନ୍ତି।

Advertisment
  • ଆୟକର ବିଭାଗ କରୁଛି ମାରାଥନ ରେଡ
  • କଳା ସାମ୍ରାଜ୍ୟର ଖୋଲିବ ଗୁମର

ହଂସିତା ଓ ଅନିଲ ଯୋଡି କିଭଳି ଏତେ ସ୍ୱଳ୍ପ ସମୟ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକ ହେଲେ ତାର ଚେର ଖୋଜୁଛି କମିଶନରେଟ ପୋଲିସ । ଗୋଟିଏ ପଟେ ଉଭୟଙ୍କ ଅପରାଧିକ ଦିଗର ତଦନ୍ତକୁ ସ୍ପେଶାଲ କ୍ରାଇମ ୟୁନିଟ ତ୍ୱରାନ୍ୱିତ କରିଥିବା ବେଳେ ଅର୍ଥନୈତିକ ଦିଗକୁ ତନ୍ନତନ୍ନ କରି ଯାଞ୍ଚ କରୁଛି ଆୟକର ବିଭାଗ । ଗତ ଦୁଇ ଦିନ ଧରି ହଂସିତା ଓ ଅନିଲଙ୍କ ବିଭିନ୍ନ ଠିକଣାରେ ପୋଲିସ ଓ ଆୟକର ବିଭାଗ ରେଡ ଜାରି ରଖିଥିବା ବେଳେ ଆଜି ହଂସିତାଙ୍କ ସ୍ୱାମୀ ସରୋଜ ସାହୁଙ୍କ ଘରେ ମିଳିତ ଚଢାଉ କରିଛନ୍ତି । 

ସେପଟେ ଉଭୟଙ୍କ ଠାରୁ ଜବତ ସମସ୍ତ ଡିଜିଟାଲ ଡିଭାଇସକୁ ଷ୍ଟେଟ ଫରେନସିକ ସାଇନ୍ସ ଲାବୋରୋଟୋରିକୁ ପଠାହୋଇଛି ଯାହାର ରିପୋର୍ଟ ଏଯାଏଁ ହସ୍ତଗତ ହୋଇନାହିଁ । ତେବେ ଏ ସବୁ ଘଟଣାରେ ସବୁଠାରୁ ବଡ ପ୍ରଶ୍ନ ହେଉଛି...

  • ଏତେ କମ ସମୟରେ କିଭଳି ଉଭୟ କୋଟି କୋଟି ଟଙ୍କାର ମାଲିକ ହେଲେ?
  • ହଂସିତା ଓ ଅନିଲ କାହା ଛତ୍ରଛାୟାରେ ରହିଥିଲେ?
  • କେଉଁମାନେ ଠକେଇ କାରବାରରେ ଏମାନଙ୍କ ସହ ସାମିଲ?
  • କେତେ ଜଣ ଲୋକଙ୍କୁ ଏମାନେ ଚୁନା ଲଗାଇଥିଲେ?