କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ୧୧ ବର୍ଷର ନାବାଳିକା ସହ ଘଟିଥିବା ପୈଶାଚିକ ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣା ପରେ ପୀଡ଼ିତାଙ୍କ ବାପା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଏବଂ ରାଜଧାନୀରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି । ନିଜର କୋହ କଣ୍ଠରେ ସେ କହିଛନ୍ତି, "ମୋ ଝିଅ ସହ ଯାହା ଘଟିଲା, ତାହା ଦେଖି ମୁଁ ଆଉ ଏଠାରେ ରହିପାରିବି ନାହିଁ, ମୁଁ ଗାଁକୁ ପଳାଇବି । ଏଠାରେ ମୁଁ, ମୋ ସ୍ତ୍ରୀ କିମ୍ବା ମୋ ସାନ ଝିଅ କେହି ବି ସୁରକ୍ଷିତ ନାହୁଁ ।"
ଝିଅର ଅବସ୍ଥା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ତାଙ୍କ ବଡ଼ ଝିଅର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ଏବଂ ସେ ହସ୍ପିଟାଲ ବେଡରୁ ଉଠିବା ଅବସ୍ଥାରେ ନାହିଁ । ଘଟଣାର ମୁଖ୍ୟ ଅଭିଯୁକ୍ତ ନରେଶକୁ ଜଣେ 'ନର ରାକ୍ଷସ' ତାକୁ କଠୋରରୁ କଠୋର ଦଣ୍ଡ ଅର୍ଥାତ୍ ଫାଶୀ ଦିଆଯାଉ । କେବଳ ଅଭିଯୁକ୍ତକୁ ଫାଶୀ ମିଳିଲେ ହିଁ ତାଙ୍କ ଝିଅକୁ ପ୍ରକୃତ ନ୍ୟାୟ ମିଳିବ ବୋଲି ସେ କାନ୍ଦି କାନ୍ଦି ଗୁହାରି କରିଛନ୍ତି । ଅନ୍ୟପଟେ ପୁଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତ ନରେଶକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ରାଜଧାନୀର ବୁକୁରେ ଏଭଳି ଘଟଣା ଗୋଟିଏ ପରିବାରକୁ କିଭଳି ଭୟଭୀତ କରିଦେଇଛି, ତାହା ବାପାଙ୍କ ଏହି ବୟାନରୁ ସ୍ପଷ୍ଟ ବାରି ହୋଇପଡୁଛି ।
ଅଧିକ ପଢ଼ନ୍ତୁ--ରାଜଧାନୀରେ ପୁଣି ଲଜ୍ଜା: ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/12/bhubaneswar-2025-12-12-15-57-56.jpg)