କନକବ୍ୟୁରୋ : କ୍ରିକେଟ ପରେ ଏବେ ହକିକୁ ନେଇ ଚର୍ଚ୍ଚା , ଆପଣଙ୍କ ମନେଥିବ ଏସିଆ କପ୍ରେ ଭାରତ ପାକିସ୍ତାନ ସହ ହ୍ୟାଣ୍ଡସେକ୍ ନକରିବା ଘଟଣା କେତେ ବାଟ ଯାଇଥିଲା ତା ଉପରେ କେତେ ତର୍କ ଚାଲିଥିଲା ଆଉ ଅଧିନାୟକ କହିଥିଲେ ଦେଶ ଆଗ , ସମାନ ପନ୍ଥା ଆପଣାଇଥିଲା ମହିଳା ଦଳ ହେଲେ ମାଲେସିଆରେ ଖେଳାଯାଉଥିବା ହକି ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ସହ ହାତ ମିଶାଇ କଣ ବାର୍ତ୍ତା ଦେଲା ? ଯାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି
ମାଲେସିଆର କ୍ବାଲାଲୁମ୍ପୁରଠାରେ ଖେଳାଯାଉଥିବା ସୁଲତାନ ଜୋହର ହକି କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୩-୩ ଡ୍ରରେ ଶେଷ ହୋଇଛି । ତେବେ ଏହି ଫଳାଫଳକୁ ନେଇକି ଯେତିକି ଚର୍ଚ୍ଚାରେ ନାହିଁ ଆଉ ଏକ କାରଣ ପାଇଁ ମ୍ୟାଚ ସହ ଭାରତୀୟ ଦଳ ଚର୍ଚ୍ଚାରେ । ତାହା ହେଉଛି ମ୍ୟାଚ ଆରମ୍ଭ ପୂର୍ବରୁ ଦୁଇ ଦେଶର ଖେଳାଳି ପରସ୍ପର ସହ ‘ହାଇ ଫାଇଭ’ ବା ହାତ ମିଳାଇଥିଲେ ।
ଏହି ଘଟଣାକୁ ଗତ ଏସିଆ କପ କ୍ରିକେଟରେ ହୋଇଥିବା ହାଣ୍ଡସେକ୍ ବିବାଦ ସହ ଯୋଡ଼ାଯାଉଛି। କୁହାଯାଉଛି ଯେ ଏସିଆ କପରେ ଦୁଇ ଦେଶର ଖେଳାଳିମାନେ ହାଣ୍ଡସେକ ନକରି ଯେଉଁ ବିବାଦ ସୃଷ୍ଟି କରିଥିଲେ ତାହାକୁ ଏଡ଼ାଇବାକୁ ଉଦ୍ୟମ କରିଛନ୍ତି ଦୁଇ ଦେଶର ହକି ଖେଳାଳି । ଭାରତ ଓ ପାକିସ୍ତାନର ଏକୋଇଶି ବର୍ଷରୁ କମ୍ ହକି ଖେଳାଳିମାନେ ମ୍ୟାଚ୍ ପୂର୍ବରୁ ହାଇ-ଫାଇଭ୍ କରି ସୌହାର୍ଦ୍ୟପୂର୍ଣ୍ଣ ଅଭିବାଦନ କରିଛନ୍ତି। ଏହି ଅଭିନନ୍ଦନ ଏସିଆ କପ୍ ଏବଂ ମହିଳା ବିଶ୍ୱକପ୍ କ୍ରିକେଟରେ ଉଭୟ ଦେଶର ଖେଳାଳିଙ୍କ ମଧ୍ୟରେ ହ୍ୟାଣ୍ଡସେକ୍ ଅସମ୍ମାନ ଘଟଣା ପରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଇଛି,
କିନ୍ତୁ ଏସବୁ ଭିତରେ ପ୍ରଶ୍ନ ଉଠୁଛି ,ଯଦି କ୍ରିକେଟରେ ନା ତେବେ ହକିରେ କିଏ ଦେଲା ଅନୁମତି ? ଭାରତୀୟ ହକି ସଂଘ ଏ ବାବଦରେ କ୍ରୀଡା ବିଭାଗ ସହ କଥା ହୋଇଥିଲା କି? କ୍ରିକେଟରେ ପୁରୁଷ ଓ ମହିଳା ଦଳ ହ୍ୟାଣ୍ଡସେକ୍ ନକରି ପାକ୍ ଖେଳାଳିଙ୍କ ସହ କଥା ବି ହେଲେନି ହେଲେ ହକିରେ ଭାରତୀୟ ଦଳ ହ୍ୟାଣ୍ଡସେକ୍ କରି କଣ ଦର୍ଶାଇଲା?ବୋଧ ହୁଏ ଭାରତୀୟ ହକି ଦଳ ଭୁଲି ଯାଉଛି , ବିହାରରେ ଅନୁଷ୍ଠିତ ହୋଇଥିବା ଏସିଆ କପ୍ରେ ପାକିସ୍ତାନ ଅଂଶଗ୍ରହଣ କରିନଥିଲା ।ପାକିସ୍ତାନ ହକି କହିଛି,ଖେଳାଳିମାନଙ୍କୁ କୁହାଯାଇଥିଲା, ଯଦି ଭାରତୀୟ ଖେଳାଳିମାନେ ମ୍ୟାଚ୍ ପୂର୍ବରୁ କିମ୍ବା ପରେ ହାତ ମିଳାନ୍ତି ନାହିଁ, ତେବେ ଆମେ ସମାନ ଢଙ୍ଗରେ ବ୍ୟବହାର ରଖିବା।