ଘମାଘୋଟ ଯୁଦ୍ଧରେ ଲାଗିବ ରୋକ୍, ଖୁବ୍‌ଶୀଘ୍ର ଗାଜା ଷ୍ଟ୍ରିପ୍ ଛାଡ଼ିବ ହମାସ୍

Advertisment

ଦୀର୍ଘ ଦୁଇବର୍ଷ ହେବ ଗାଜା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ

ଦୀର୍ଘ ଦୁଇବର୍ଷ ହେବ ଗାଜା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ

ଘମାଘୋଟ ଯୁଦ୍ଧରେ ଲାଗିବ ରୋକ୍

ଘମାଘୋଟ ଯୁଦ୍ଧରେ ଲାଗିବ ରୋକ୍ Photograph: (Kanaknews)

କନକ ବ୍ୟୁରୋ;  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଗାଜା ଶାନ୍ତି ପ୍ରସ୍ତାବରେ ସହମତି ପ୍ରକାଶ କରିଛି ହମାସ୍ ଆତଙ୍କୀ ସଂଗଠନ। ବନ୍ଧକ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛଡ଼ାଯିବ, ଏଥିସହ ଗାଜା ଷ୍ଟ୍ରିପ୍‌ର ଶାସନ ଡୋରକୁ ସ୍ୱାଧୀନ ପାଲେଷ୍ଟାଇନ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବ । ଏନେଇ ସକାରାତ୍ମକ ଭାବନା ପ୍ରକାଶ କରିଛି ହମାସ। ତଥାପି, ଏହି ଆତଙ୍କୀ ସଂଗଠନ ସ୍ପଷ୍ଟ କରିଛି ଯେ ଏହି ଯୋଜନାର କିଛି ସର୍ତ୍ତକୁ ନେଇ ଆଲୋଚନା କରାଯାଉଛି । ହମାସ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ସୂତ୍ରୀ ଯୋଜନା ଉପରେ ଏହାର ସରକାରୀ ପ୍ରତିକ୍ରିୟା ଜାରି କରାଯାଇଛି। ଆମେରିକା ରାଷ୍ଟ୍ରପତି ହମାସକୁ ଶାନ୍ତି ପ୍ରସ୍ତାବ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ରବିବାର ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ । 
 ପ୍ରସ୍ତାବର ସର୍ତ୍ତାବଳୀରେ କୌଣସି ସଂଶୋଧନ କିମ୍ବା ଆଲୋଚନା ସମ୍ଭବ କି ନାହିଁ ତାହା ଟ୍ରମ୍ପ ସ୍ପଷ୍ଟ କରିନାହାନ୍ତି । ଯଦିଓ ହମାସ ଏହା ଉପରେ ଆଲୋଚନା କରିବାକୁ ଚାହୁଛି,  ତେବେ ଭବିଷ୍ୟତରେ ଇସ୍ରାଏଲ ବିରୋଧରେ ହମାସ ଅସ୍ତ୍ର ଛାଡ଼ିବ କି ନାହିଁ ଏହି ପ୍ରତିକ୍ରିୟାରେ ତାହା ସ୍ପଷ୍ଟ କରିନାହିଁ ।   ଚଳିତ ସପ୍ତାହ ଆରମ୍ଭରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଶାନ୍ତି ଆଲୋଚନା ହୋଇଥିଲା ।

ହମାସକୁ ଦିଆଯାଇଥିଲା ୭୨ଘଣ୍ଟାର ସମୟ । ସର୍ତ୍ତ ନମାନିଲେ ମିଳିତ ଭାବେ ହମାସ ଉପରେ ବଡ଼ ଆକ୍ରମଣ କରିବାକୁ ଧମକ ଦେଇଥିଲେ ଉଭୟ ଇସ୍ରାଏଲ ଓ ଆମେରିକା ।  ତେବେ ହମାସର ଘୋଷଣା ପରେ  ଇସ୍ରାଏଲର କହିଛି ଯେ  ଯଦି ହମାସ ପ୍ରକୃତରେ ରାଜି, ତେବେ ୭୨ ଘଣ୍ଟାରେ ଯୁଦ୍ଧବିରତି ଏବଂ ସମସ୍ତ ବନ୍ଧକଙ୍କୁ ମୁକ୍ତ କରୁ । ଗାଜା ସଂଘର୍ଷ ବନ୍ଦ ପାଇଁ ଟ୍ରମ୍ପଙ୍କ ପ୍ରୟାସକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଛନ୍ତି । ଆମେରିକାର ମଧ୍ୟସ୍ଥତା ସଫଳ ହେଲେ ମଧ୍ୟପ୍ରାଚ୍ୟରେ ବଡ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe