ଟ୍ରମ୍ପଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ, ଗାଜା ଶାନ୍ତି ଚୁକ୍ତି ଉପରେ ସ୍ୱାକ୍ଷର କରୁନି ହମାସ

Advertisment

ହମାସର ରାଜନୈତିକ ବ୍ୟୁରୋ ସଦସ୍ୟ ହୋସମ ବଦରାନ କହିଛନ୍ତି କି, ସେ ପାଲେଷ୍ଟାଇନବାସୀ ହୁଅନ୍ତୁ କି ହମାସ ସଦସ୍ୟ ନିଜ ଜନ୍ମଭୂମି ଛାଡିବା ନେଇ ଯେଉଁ କଥା ଟ୍ରମ୍ପ କହିଛନ୍ତି ତାହାକୁ ଗ୍ରହଣ କରାଯାଇପାରିବ ନାହିଁ । 

ହମାସର ରାଜନୈତିକ ବ୍ୟୁରୋ ସଦସ୍ୟ ହୋସମ ବଦରାନ କହିଛନ୍ତି କି, ସେ ପାଲେଷ୍ଟାଇନବାସୀ ହୁଅନ୍ତୁ କି ହମାସ ସଦସ୍ୟ ନିଜ ଜନ୍ମଭୂମି ଛାଡିବା ନେଇ ଯେଉଁ କଥା ଟ୍ରମ୍ପ କହିଛନ୍ତି ତାହାକୁ ଗ୍ରହଣ କରାଯାଇପାରିବ ନାହିଁ । 

27

କନକ ବ୍ୟୁରୋ : ପାଲେଷ୍ଟାଇନ ସଂଗଠନ ହମାସ ପ୍ରସ୍ତାବିତ ଗାଜା ଶାନ୍ତି ଚୁକ୍ତି ଉପରେ ହସ୍ତାକ୍ଷର କାର୍ଯ୍ୟକ୍ରମରେ ଭାଗ ନେବ ନାହିଁ । ସଂଗଠନ କହିଛି କି, ଟ୍ରମ୍ପ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସହ ହମାସ ସମ୍ପୂର୍ଣ୍ଣ ସହମତ ନୁହେଁ । ଏହାକୁ ନେଇ ଦୀର୍ଘଦିନ ହେବ ଯେଉଁ ଚୁକ୍ତି ଉପରେ ସମସ୍ତଙ୍କ ନଜର ରହିଥିଲା ତାହା ଫିକା ପଡ଼ିବାକୁ ଯାଉଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ମୁତାବକ ହମାସର ନେତାମାନେ ଟ୍ରମ୍ପଙ୍କ ସେହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ଯେଉଁ ପ୍ରସ୍ତାବରେ ହମାସର ସଦସ୍ୟମାନେ ଗାଜାପଟି ଛାଡିବା ନେଇ ଉଲ୍ଲେଖ ରହିଛି । 

ହମାସର ରାଜନୈତିକ ବ୍ୟୁରୋ ସଦସ୍ୟ ହୋସମ ବଦରାନ କହିଛନ୍ତି କି, ସେ ପାଲେଷ୍ଟାଇନବାସୀ ହୁଅନ୍ତୁ କି ହମାସ ସଦସ୍ୟ ନିଜ ଜନ୍ମଭୂମି ଛାଡିବା ନେଇ ଯେଉଁ କଥା ଟ୍ରମ୍ପ କହିଛନ୍ତି ତାହାକୁ ଗ୍ରହଣ କରାଯାଇପାରିବ ନାହିଁ । 

ହମାସ ନେତାଙ୍କ ଏଭଳି ଟିପ୍ପଣୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟ ପୂର୍ବ ଗ୍ରସ୍ତର ଦୁଇଦିନ ଆଗରୁ ଆସିଛି । ଏହାସହ ହମାସର ଜେଣ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏସବୁକୁ ଛାଡ଼ି ଅନେକ ରାଜନୈତିକ ପ୍ରତିବନ୍ଧକ ରହିଛି । ସେ କହିଛନ୍ତି କି, ହମାସ ସଦସ୍ୟମାନେ ଅସ୍ତ୍ର ଛାଡିବା ନେଇ ଯେଉଁ ପ୍ରସ୍ତାବ ରହିଛି ତାହା ଅସମ୍ଭବ । ଗାଜା ସରକାରଙ୍କ ଠାରୁ ହମାସ ଅଲଗା ହୋଇଯିବ କିନ୍ତୁ ଅସ୍ତ୍ର ଛାଡିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । 

କହିରଖୁ କି, ଟ୍ରମ୍ପଙ୍କ ପ୍ରସ୍ତାବିତ ଚୁକ୍ତିର ଏକ ଭାଗ ଶୁକ୍ରବାର ଦିନ ଲାଗୁ ହୋଇଥିଲା । ଯେତେବେଳେ ଇସ୍ରାଏଲ ଯୁଦ୍ଧ ବିରତି ନେଇ ସହମତି ପ୍ରକାଶ କରିଥିଲା ଓ ଗାଜାର କିଛି ଅଞ୍ଚଳରୁ ତା'ର ସୈନ୍ୟ ପ୍ରତ୍ୟାହାର କରିନେଇଥିଲା । ଏହାପରେ କିିଛି ବିସ୍ତାପିତ ପରିବାର (ଯେଉଁମାନଙ୍କ ଘର ଇସ୍ରାଏଲ ଆକ୍ରମଣରେ ଧ୍ୱଂସ ହୋଇଥିଲା)  ସେମାନଙ୍କ ଘରକୁ ଫେରିବାକୁ ଆରମ୍ଭ କରିଛନ୍ତି । ଯୁଦ୍ଧ ବିରାମ ଲାଗୁ ହେବା ପରେ ଶନିବାର ଦିନ ହଜାର ହଜାର ଲୋକ ପାଦରେ ଚାଲି ଗାଜା ଦେଇ ଉତ୍ତର ଦିଗକୁ ଆସୁଥିବାର ଦେଖିବାକୁ ମିଳିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe