ହମାସ୍ ମୁଖ୍ୟ ନିପାତ ; ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୟାହା ସିନୱାଙ୍କ ମୃତ୍ୟୁ ହୋଇଥିବା ସୂଚନା

ଇସ୍ରାଏଲ ଏୟାରଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହା ସିନୱାର ମୃତ । ୩ ହମାସ ଆତଙ୍କୀଙ୍କ ସହ ସିନୱାରର ମୃତ୍ୟୁନେଇ ଇସ୍ରାଏଲ ସେନାର ସୂଚନା । ହାନିଆ ମୃତ୍ୟୁ ପରେ ହମାସ ମୁଖିଆ ଥିଲେ ସିନୱାର ।

10++++++++

କନକ ବ୍ୟୁରୋ:  ପୁଣି ଅଶାନ୍ତ ହେଲା ମଧ୍ୟ ପ୍ରାଚ୍ୟ । ଗାଜା ଷ୍ଟ୍ରିପରେ ଏୟାର ଷ୍ଟ୍ରାଇକ କରି ଇସ୍ରାଏଲ ପକ୍ଷରୁ ବଡ଼ ଦାବି କରାଯାଇଛି । ଇସ୍ରାଏଲ ପକ୍ଷରୁ ଗାଜାରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଥିବା କୁହାଯାଉଛି । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ଏୟାର ଷ୍ଟ୍ରାଇକରେ ସିନୱାର ପ୍ରାଣ ହରାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଏୟାର ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଆତଙ୍କବାଦୀଙ୍କ ପରିଚୟ ଜାଣିବା ସମ୍ଭବ ନୁହେଁ । ଯେଉଁ ବିଲଡିଂ ଉପରେ ଆକ୍ରମଣ କରାଯାଇଥିଲା, ସେଠାରେ କୌଣସି ସାଧାରଣ ଲୋକ କିମ୍ବା ପଣବନ୍ଦୀଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡ଼ୁନାହିଁ । ୩ ଜଣ ହମାସ ସଦସ୍ୟ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ସିନୱାର ବୋଲି ଦାବି କରିଛି ଇସ୍ରାଏଲ। ତଥାପି ଏହାର ଯାଞ୍ଚ କରାଯାଉଛି । ଇସ୍ରାଏଲ ଜେଲରେ ଥିବା ବେଳେ ସିନୱାରର ଡିଏନଏ ସଂଗ୍ରହ କରାଯାଇଥିଲା । ଏବେ ମୃତ ୩ ହମାସ ସଦସ୍ୟଙ୍କ ଡିଏନଏକୁ ଏଥିରେ ମେଳ କରାଯାଇ ପୂରା ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରାଯିବ ବୋଲି ଇସ୍ରାଏଲ ସେନା କହିଛି ।

* ପୁଣି ଅଶାନ୍ତ ହେଲା ମଧ୍ୟପ୍ରାଚ୍ୟ
ହମାସ ବିରୁଦ୍ଧରେ ଇସ୍ରାଏଲର ବଡ଼ ଅପରେସନ
ହମାସର ମୁଖ୍ୟକୁ ଏୟାରଷ୍ଟ୍ରାଇକରେ ଉଡାଇଲା ଇସ୍ରାଏଲ
ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ସିନୱାର ନିହତ
ପୂର୍ବରୁ ଇସ୍ରାଏଲ ସେନା ହମାସର ମୁଖ୍ୟ ଇସମାଇଲ ହାନିୟେଙ୍କୁ ହତ୍ୟା କରିଥିଲା
ଏହାପରେ ସିନୱାର ହମାସ ମୁଖ୍ୟ ହୋଇଥିଲା
ଏବେ ତାକୁ ମଧ୍ୟ ଇସ୍ରାଏଲ ହତ୍ୟା କରିଥିବା କୁହାଯାଉଛି
ଅକ୍ଟୋବର ୭ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଥିଲା ସିନୱାର
ତାଙ୍କ ତତ୍ତ୍ୱାବଧାନରେ ହମାସର ସଦସ୍ୟମାନେ ଆକ୍ରମଣ କରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe