ଅଧ କେଜି ଚିକେନ୍‌ର ଦାମ୍‌ ୫୫୦୦ ଟଙ୍କା :  କାରଣ କୁକୁଡା ପିଉଛି କ୍ଷୀର, ଶୁଣୁଛି କ୍ଲାସିକାଲ୍‌ ଗୀତ

Advertisment

ଚିକେନ୍‌ର ଦାମ୍‌ ଶୁଣିଲେ ଉଡ଼ିବ ହୋସ୍‌, ଅଧ କିଲୋ ଚିକେନ୍‌ର ଦାମ୍‌ ୫୫୦୦ ଟଙ୍କା !

ଚିକେନ୍‌ର ଦାମ୍‌ ଶୁଣିଲେ ଉଡ଼ିବ ହୋସ୍‌, ଅଧ କିଲୋ ଚିକେନ୍‌ର ଦାମ୍‌ ୫୫୦୦ ଟଙ୍କା !

ଚିକେନ୍‌ର ମୂଲ୍ୟ ଶୁଣିଲେ ଉଡ଼ିବ ହୋସ୍‌

ଚିକେନ୍‌ର ମୂଲ୍ୟ ଶୁଣିଲେ ଉଡ଼ିବ ହୋସ୍‌ Photograph: (kanaknews)

କନକ ବ୍ୟୁରୋ : ୫ ହଜାର ୫୦୦ ରେ ହାପ୍‌ ଚିକେନ୍‌ । ଏ କଥା ଶୁଣିକି ଚିକେନ୍‌ କିଣିବାକୁ ଯାଇଥିବା ବ୍ୟକ୍ତି ଜଣଙ୍କ ପୂରା ତାଜୁବ୍‌ । ଆଶ୍ଚର୍ଯ୍ୟ ହୋଇ କାରଣ ପଚାରିବାରୁ   ରେସ୍ତୋରାଁ ର ଷ୍ଟାଫ୍‌ କହୁଛନ୍ତି କୁକୁଡାମାନଙ୍କୁ ସବୁଦିନ କ୍ଷୀର ପିଇବାକୁ ଦିଆଯାଉଛି ଏବଂ ପ୍ରତ୍ୟେକ ଦିନ ଶୁଣୁଛନ୍ତି  କ୍ଲାସିକାଲ ଗୀତ । ତେଣୁ  ଚିକେନ୍‌ ମୂଲ୍ୟ ଏତିକି । ଏକଥା ଶୁଣି ଏ ବ୍ୟକ୍ତି ଜଣଙ୍କ ସିନା ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ  ୫୫୦୦ରେ ଏହି ହାପ୍‌ ପ୍ଲେଟ୍‌ ଚିକେନ୍‌ ଖାଇବାକୁ ଲୋକଙ୍କ ଭିଡ ଲାଗିଛି । ତେବେ  ଏପରି ଏକ  ଆଶ୍ଚର୍ଯ୍ୟ ଏବଂ ଚକିତ କଲା ପରି  ଘଟଣା ହେଉଛି ଚୀନ୍‌ର ସାଙ୍ଘାଇ ସହରର ।  

ସାଙ୍ଘାଇ ସହରରେ  ଥିବା ଏକ ରେସ୍ତୋରାଁରେ ଚିକେନ୍‌ ଖାଇବା ପାଇଁ ଲୋକଙ୍କୁ ୫୫୦୦ ଟଙ୍କା  ବିଲ୍‌ ପୈଠ କରିବାକୁ ପଡୁଛି। ବାସ୍ତବରେ ଏହି ରେସ୍ତୋରାଁ ଏକ ଲକ୍ଜରୀ ରେସ୍ତୋରାଁ । ଅନେକ ଲୋକ ଏଠାକୁ ଯାଇ ବ୍ୟୟବହୁଳ ଟଙ୍କା ଦେଇ ଚିକେନ୍‌ ଖାକି ଆସୁଛନ୍ତି। ଆଉ କିଛି  କିଛି ଜଣଙ୍କୁ ଏହି ମୂଲ୍ୟ  ବାଧୁଛି ।  ତେଣୁ ସେମାନେ ଏତେ ଟଙ୍କା କାହିଁକି କରିଛ ବୋଲି ପଚାରିବାରୁ ରେସ୍ତୋରାଁର ଷ୍ଟାଫ୍‌ ମାନେ ସେହି ସମାନ  କଥା କହୁଛନ୍ତି କି କୁକୁଡା ଖାଉଛି  କ୍ଷୀର ଏବଂ ଶୁଣୁଛି କ୍ଲାସିକାଲ ଗୀତ । ଚୀନ୍‌ ର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ରେସ୍ତୋରାଁ ଦାବି କରୁଛି ଯେ, ତାଙ୍କ କୁକୁଡାମାନଙ୍କୁ ଖୁବ୍‌ ସ୍ବତସ୍ତ୍ର ଭାବେ ପାଳନ ଲାଳନ କରାଯାଉଛି । ମଣିଷଙ୍କ ପରି ଏମାନଙ୍କର ଯତ୍ନ ନିଆଯାଉଛି । କେବଳ ଏମାନଙ୍କର ସ୍ବତନ୍ତ୍ର ଲାଳନପାଳନ ଯୋଗୁଁ  ଚିକେନ୍‌ର ସ୍ବାଦ ଏବଂ କ୍ବାଲିଟ୍‌  ବି ବହୁତ ସ୍ବତନ୍ତ୍ର ।  ଯେଉଁଥିପାଇଁ  ଏହାର ମୂଲ୍ୟ ମଧ୍ୟ ଅଧିକ । 


ଏ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ  ୟୁଜର୍ସ ମଜାଦାର ରିଆକ୍ସନ ଦେବାରେ ଲାଗିଛନ୍ତି । କିଛି ଲୋକ ଏହାକୁ ମାର୍କେଟିଙ୍ଗ ଷ୍ଟେଟେଜି କହୁଛନ୍ତି ତ ଆଉ କିଛି  ଏହି ଖବର ଉପରେ ଆଶ୍ଚର୍ଯ୍ୟ ଏବଂ ଚକିତ ହେଉଛନ୍ତି କି ସତରେ କଣ କୁକୁଡା ମାନେ ଗୀତ ଶୁଣିବା ସହ କ୍ଷୀର ପିଉଛନ୍ତି ? ଆଉ କ୍ଷୀର ଏବଂ ଗୀତ ଶୁଣିଲା ପରେ ସତରେ କଣ ଚିକେନ୍‌ ସ୍ବାଦ  ବଦଳି ଯାଉଛି ?  ଆଉ କିଛି ୟୁଜର୍ସ କହୁଛନ୍ତି  କେବଳ ଧନୀ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏହା ଏକ ମାଧ୍ୟମ । 

କଣ ସତରେ  ମ୍ୟୁଜିକ୍‌ ଏବଂ କ୍ଷୀର ଚିକେନ୍‌ର ସ୍ବାଦ ବଦଳିଦେଇଥାଏ ?  

ଯଦି ବିଜ୍ଞାନ ଭାବେ ଏହାକୁ ବିଚାର କରିବା ତେବେ  ଏହି ଧାରଣା ସଂପୂର୍ଣ୍ଣ ଅସମ୍ଭବ ନୁହେଁ । ଅଧ୍ୟୟନ କହୁଛି ପଶୁମାନଙ୍କ ଉପରେ ମ୍ୟୁଜିକ୍‌ର ପ୍ରଭାବ ପଡିପାରେ, ଯେଉଁଥିରେ  ତାଙ୍କର ଗ୍ରୋଥ୍‌ ଏବଂ ହେଲ୍ଥ ବହୁତ୍‌ ଭଲ ହୋଇପାର । କ୍ଷୀର ଏବଂ ଅନ୍ୟ ପୋଷଣ ଦ୍ବାରା ଚିକେନ୍‌ର କ୍ବାଲିଟ୍‌ ଉପରେ ଫରକ୍‌ ମଧ୍ୟ ପଡିପାରେ । କିନ୍ତୁ ଏହା କେତେ ପ୍ରଭାବଶାଳୀ ତାହା ଉପରେ କୌଣସି ଠୋସ୍‌ ପ୍ରମାଣ ନାହିଁ । ତେବେ ସେ ଯାହା ହେଉ ସାଙ୍ଘାଇରେ ଥିବା ଏହି ରେସ୍ତୁରାଁର ମହଙ୍ଗା ଚିକେନ୍ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି |
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe