କନକ ବ୍ୟୁରୋ : ୫ ହଜାର ୫୦୦ ରେ ହାପ୍ ଚିକେନ୍ । ଏ କଥା ଶୁଣିକି ଚିକେନ୍ କିଣିବାକୁ ଯାଇଥିବା ବ୍ୟକ୍ତି ଜଣଙ୍କ ପୂରା ତାଜୁବ୍ । ଆଶ୍ଚର୍ଯ୍ୟ ହୋଇ କାରଣ ପଚାରିବାରୁ ରେସ୍ତୋରାଁ ର ଷ୍ଟାଫ୍ କହୁଛନ୍ତି କୁକୁଡାମାନଙ୍କୁ ସବୁଦିନ କ୍ଷୀର ପିଇବାକୁ ଦିଆଯାଉଛି ଏବଂ ପ୍ରତ୍ୟେକ ଦିନ ଶୁଣୁଛନ୍ତି କ୍ଲାସିକାଲ ଗୀତ । ତେଣୁ ଚିକେନ୍ ମୂଲ୍ୟ ଏତିକି । ଏକଥା ଶୁଣି ଏ ବ୍ୟକ୍ତି ଜଣଙ୍କ ସିନା ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ ୫୫୦୦ରେ ଏହି ହାପ୍ ପ୍ଲେଟ୍ ଚିକେନ୍ ଖାଇବାକୁ ଲୋକଙ୍କ ଭିଡ ଲାଗିଛି । ତେବେ ଏପରି ଏକ ଆଶ୍ଚର୍ଯ୍ୟ ଏବଂ ଚକିତ କଲା ପରି ଘଟଣା ହେଉଛି ଚୀନ୍ର ସାଙ୍ଘାଇ ସହରର ।
ସାଙ୍ଘାଇ ସହରରେ ଥିବା ଏକ ରେସ୍ତୋରାଁରେ ଚିକେନ୍ ଖାଇବା ପାଇଁ ଲୋକଙ୍କୁ ୫୫୦୦ ଟଙ୍କା ବିଲ୍ ପୈଠ କରିବାକୁ ପଡୁଛି। ବାସ୍ତବରେ ଏହି ରେସ୍ତୋରାଁ ଏକ ଲକ୍ଜରୀ ରେସ୍ତୋରାଁ । ଅନେକ ଲୋକ ଏଠାକୁ ଯାଇ ବ୍ୟୟବହୁଳ ଟଙ୍କା ଦେଇ ଚିକେନ୍ ଖାକି ଆସୁଛନ୍ତି। ଆଉ କିଛି କିଛି ଜଣଙ୍କୁ ଏହି ମୂଲ୍ୟ ବାଧୁଛି । ତେଣୁ ସେମାନେ ଏତେ ଟଙ୍କା କାହିଁକି କରିଛ ବୋଲି ପଚାରିବାରୁ ରେସ୍ତୋରାଁର ଷ୍ଟାଫ୍ ମାନେ ସେହି ସମାନ କଥା କହୁଛନ୍ତି କି କୁକୁଡା ଖାଉଛି କ୍ଷୀର ଏବଂ ଶୁଣୁଛି କ୍ଲାସିକାଲ ଗୀତ । ଚୀନ୍ ର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ରେସ୍ତୋରାଁ ଦାବି କରୁଛି ଯେ, ତାଙ୍କ କୁକୁଡାମାନଙ୍କୁ ଖୁବ୍ ସ୍ବତସ୍ତ୍ର ଭାବେ ପାଳନ ଲାଳନ କରାଯାଉଛି । ମଣିଷଙ୍କ ପରି ଏମାନଙ୍କର ଯତ୍ନ ନିଆଯାଉଛି । କେବଳ ଏମାନଙ୍କର ସ୍ବତନ୍ତ୍ର ଲାଳନପାଳନ ଯୋଗୁଁ ଚିକେନ୍ର ସ୍ବାଦ ଏବଂ କ୍ବାଲିଟ୍ ବି ବହୁତ ସ୍ବତନ୍ତ୍ର । ଯେଉଁଥିପାଇଁ ଏହାର ମୂଲ୍ୟ ମଧ୍ୟ ଅଧିକ ।
ଏ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ୟୁଜର୍ସ ମଜାଦାର ରିଆକ୍ସନ ଦେବାରେ ଲାଗିଛନ୍ତି । କିଛି ଲୋକ ଏହାକୁ ମାର୍କେଟିଙ୍ଗ ଷ୍ଟେଟେଜି କହୁଛନ୍ତି ତ ଆଉ କିଛି ଏହି ଖବର ଉପରେ ଆଶ୍ଚର୍ଯ୍ୟ ଏବଂ ଚକିତ ହେଉଛନ୍ତି କି ସତରେ କଣ କୁକୁଡା ମାନେ ଗୀତ ଶୁଣିବା ସହ କ୍ଷୀର ପିଉଛନ୍ତି ? ଆଉ କ୍ଷୀର ଏବଂ ଗୀତ ଶୁଣିଲା ପରେ ସତରେ କଣ ଚିକେନ୍ ସ୍ବାଦ ବଦଳି ଯାଉଛି ? ଆଉ କିଛି ୟୁଜର୍ସ କହୁଛନ୍ତି କେବଳ ଧନୀ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏହା ଏକ ମାଧ୍ୟମ ।
କଣ ସତରେ ମ୍ୟୁଜିକ୍ ଏବଂ କ୍ଷୀର ଚିକେନ୍ର ସ୍ବାଦ ବଦଳିଦେଇଥାଏ ?
ଯଦି ବିଜ୍ଞାନ ଭାବେ ଏହାକୁ ବିଚାର କରିବା ତେବେ ଏହି ଧାରଣା ସଂପୂର୍ଣ୍ଣ ଅସମ୍ଭବ ନୁହେଁ । ଅଧ୍ୟୟନ କହୁଛି ପଶୁମାନଙ୍କ ଉପରେ ମ୍ୟୁଜିକ୍ର ପ୍ରଭାବ ପଡିପାରେ, ଯେଉଁଥିରେ ତାଙ୍କର ଗ୍ରୋଥ୍ ଏବଂ ହେଲ୍ଥ ବହୁତ୍ ଭଲ ହୋଇପାର । କ୍ଷୀର ଏବଂ ଅନ୍ୟ ପୋଷଣ ଦ୍ବାରା ଚିକେନ୍ର କ୍ବାଲିଟ୍ ଉପରେ ଫରକ୍ ମଧ୍ୟ ପଡିପାରେ । କିନ୍ତୁ ଏହା କେତେ ପ୍ରଭାବଶାଳୀ ତାହା ଉପରେ କୌଣସି ଠୋସ୍ ପ୍ରମାଣ ନାହିଁ । ତେବେ ସେ ଯାହା ହେଉ ସାଙ୍ଘାଇରେ ଥିବା ଏହି ରେସ୍ତୁରାଁର ମହଙ୍ଗା ଚିକେନ୍ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି |