କନକ ବ୍ୟୁରୋ: ପାକିସ୍ତାନର ବଡ ଆତଙ୍କବାଦୀ ତଥା ଲସ୍କର - ଏ ତୋଏବାର ସଂସ୍ଥାପକ ହାଫିଜ୍ ସୟଦ୍  ସିକ୍ରେଟ୍  ଠିକଣା ଜଣାପଡିଲା । ଲାହୋରରେ ହାଫିଜ୍ ନିର୍ଭୟରେ ବୁଲୁଥିବା ସାଟେଲାଇଟ ଫଟୋ ଏବଂ ଭିଡିଓରେ ଦେଖିବାକୁ ମିଳିଛି । ସାଟେଲାଇଟ୍ ଫଟୋ ଓ ଭିଡିଓରେ ହାଫିଜ୍ ସୟିଦର ଘର ଲାହୋରରେ ବୋଲି ଜଣାପଡିଛି । ଏହି ଭିଡିଓରେ ହାଫିଜ୍ ଘର ସଫା କରୁଥିବା ଦେଖିବାକୁ ମିଳିଛି । ସାମାନ୍ୟ ଲୋକଙ୍କ ଭଳି ବହୁ ଆରାମରେ ରହୁଥିବା ଦେଖିବାକୁ ମିଳିଛି । 

Advertisment

ହାଫିଜକୁ ସୁରକ୍ଷା ଦେଉଛି ପାକ୍ ସରକାର । ଲାହୋରର ଜୋରମ ଟାଉନରେ ହାଫିଜ୍ ପାକ୍ ସରକାରଙ୍କ କଡା ସୁରକ୍ଷା ଭିତରେ ବେଧଡକ ଜୀବନ ବିତାଉଛି । କୁହାଯାଉଛି, ହାଫିଜ୍ ପାଇଁ ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଏହା ସହ ତାଙ୍କ ନିଜସ୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି । ସାଟେଲାଇଟ୍ ଭିଡିଓରେ ଦେଖାଯାଇଛି, ହାଫିଜ୍ ଏକ ବଡ କୋଠାରେ ପରିବାର ସହ ରହୁଛି । ପାଖରେ ରହିଛି ଏକ ବଡ ପାର୍କ । ଘର ପରିସରରେ ରହିଛି ମସଜିଦ୍ ଓ ମଦ୍ରାସା  । ଏହା ତଳେ ରହିଛି ଏକ ବଡ ବଙ୍କର ।