ନୂଆ ନିର୍ବାଚନ କମିଶନର ହେଲେ ଜ୍ଞାନେଶ କୁମାର ; ୨୦୨୯ ଜାନୁଆରୀ ୨୬ ଯାଏଁ ସମ୍ଭାଳିବେ କାର୍ଯ୍ୟଭାର ।

Advertisment

ଦାୟିତ୍ବ ନେଲେ ନୂଆ ନିର୍ବାଚନ କମିଶନର ଜ୍ଞାନେଶ କୁମାର ।  ୨୦୨୯ ଜାନୁଆରୀ ୨୬ ଯାଏଁ ସମ୍ଭାଳିବେ କାର୍ୟ୍ୟଭାର ।  କାର୍ୟ୍ୟକାଳ ଅବଧିରେ ରହିଛି ୨୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ । 

ଦାୟିତ୍ବ ନେଲେ ନୂଆ ନିର୍ବାଚନ କମିଶନର ଜ୍ଞାନେଶ କୁମାର ।  ୨୦୨୯ ଜାନୁଆରୀ ୨୬ ଯାଏଁ ସମ୍ଭାଳିବେ କାର୍ୟ୍ୟଭାର ।  କାର୍ୟ୍ୟକାଳ ଅବଧିରେ ରହିଛି ୨୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ । 

ଇଲେକ୍ସନ କମିଶନର

ଇଲେକ୍ସନ କମିଶନର Photograph: (କନକ ନ୍ୟଜ)

କନକ ବ୍ୟୁରୋ: ନୂଆ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଜ୍ଞାନେଶ କୁମାର ।  ରାଜୀବ କୁମାରଙ୍କ ସ୍ଥାନରେ ସେ ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେବା ପରେ ଜ୍ଞାନେଶ କୁମାର କହିଛନ୍ତି, ରାଷ୍ଟ୍ର ନିର୍ମାଣ ପାଇଁ ପ୍ରଥମ ପଦକ୍ଷେପ ହେଉଛି ମତଦାନ । ୧୮ ବର୍ଷରୁ ଅଧିକ ଭାରତର ସମସ୍ତ ନାଗରିକ ଭୋଟ୍ ଦେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଚୟନ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଜ୍ଞାନେଶ କୁମାରଙ୍କ ନାଁ ଉପରେ ମୋହର ବାଜିଥିଲା । ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର । ୨୬ ଜାନୁଆରୀ ୨୦୨୯ ପର୍ୟ୍ୟନ୍ତ ସେ ଦାୟିତ୍ବରେ ରହିବେ । ଏହି ସମୟରେ ୨୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe