କନକ ବ୍ୟୁରୋ: ନୂଆ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଜ୍ଞାନେଶ କୁମାର । ରାଜୀବ କୁମାରଙ୍କ ସ୍ଥାନରେ ସେ ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେବା ପରେ ଜ୍ଞାନେଶ କୁମାର କହିଛନ୍ତି, ରାଷ୍ଟ୍ର ନିର୍ମାଣ ପାଇଁ ପ୍ରଥମ ପଦକ୍ଷେପ ହେଉଛି ମତଦାନ । ୧୮ ବର୍ଷରୁ ଅଧିକ ଭାରତର ସମସ୍ତ ନାଗରିକ ଭୋଟ୍ ଦେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଚୟନ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଜ୍ଞାନେଶ କୁମାରଙ୍କ ନାଁ ଉପରେ ମୋହର ବାଜିଥିଲା । ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର । ୨୬ ଜାନୁଆରୀ ୨୦୨୯ ପର୍ୟ୍ୟନ୍ତ ସେ ଦାୟିତ୍ବରେ ରହିବେ । ଏହି ସମୟରେ ୨୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ରହିଛି ।
ନୂଆ ନିର୍ବାଚନ କମିଶନର ହେଲେ ଜ୍ଞାନେଶ କୁମାର ; ୨୦୨୯ ଜାନୁଆରୀ ୨୬ ଯାଏଁ ସମ୍ଭାଳିବେ କାର୍ଯ୍ୟଭାର ।
ଦାୟିତ୍ବ ନେଲେ ନୂଆ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ୨୦୨୯ ଜାନୁଆରୀ ୨୬ ଯାଏଁ ସମ୍ଭାଳିବେ କାର୍ୟ୍ୟଭାର । କାର୍ୟ୍ୟକାଳ ଅବଧିରେ ରହିଛି ୨୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ।
/kanak/media/media_files/2025/02/19/YXhXZHGF6AqwBhfaAUm6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)