କନକ ବ୍ୟୁରୋ: ପ୍ରେମ ପଡ଼ିଲା ମହଙ୍ଗା, ଝିଅକୁ ପୋଲିସ ସାମ୍ନାରେ ଗୁଳିକରି ହତ୍ୟା କରିଦେଲା ବାପା । ବାହାଘର ପୂର୍ବରୁ ଭିଡ଼ିଓ ଜାରି କରି ଝିଅ କହିଥିଲା ପ୍ରେମିକ କଥା, ପୁତୁରା ସହ ମିଶି ଝିଅକୁ ଅନର କିଲିଂ କଲା ଜହ୍ଲାଦ ବାପା । ଏମିତି ଏକ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ମଧ୍ୟପ୍ରଦେଶ ଗ୍ୱାଲିୟରର ୨୦ ବର୍ଷୀୟା ତନୁଙ୍କ ବାହାଘର ଆସନ୍ତା ୧୮ ତାରିଖରେ ହୋଇଥାନ୍ତା । କିନ୍ତୁ ଏ ବାହାଘର ବିରୋଧ କରୁଥିଲେ ତନୁ ଏବଂ ପରିବାରକୁ ରୋକଠୋକ୍ ବିବାହ କରିବାକୁ ମନା କରିଥିଲେ । ଏହାପରେ ବାହାଘରର ଠିକ୍ ୪ଦିନ ପୂର୍ବରୁ ନିଜ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରି ପ୍ରେମ ସମ୍ପର୍କର ଖୁଲାସା କରିଥିଲେ ତନୁ । ଏହାକୁ ଦେଖି ପରିବାର ଲୋକ ତନୁଙ୍କ ଉପରେ ଖପ୍ପା ହୋଇଯାଇଥିଲେ । କାରଣ ପରିବାର ସ୍ଥିର କରିଥିବା ବିବାହକୁ ଜୋର ଜବରଦସ୍ତି ବାହାଘର ବୋଲି ସୋସିଆଲ ମିଡ଼ିଆରେ କହିଥିଲେ ତନୁ ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିଲା ।
'Honour killing' in Gwalior. 20 year old Gurjar girl allegedly shot dead in face and head by father and cousin, over refusal to marry groom of their choice. Before the killing, she had released a video, fearing for life from kin. @NewIndianXpress@TheMornStandard@santwana99pic.twitter.com/ds7hISFbg7
— Anuraag Singh (@anuraag_niebpl) January 15, 2025
ଏହି ଭିଡ଼ିଓ ଭାଇରାଲ ହେବା ପରେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ପୋଲିସ ତୁରନ୍ତ ଏକ ଟିମ୍ ଧରି ତନୁଙ୍କ ଘରେ ପହଞ୍ଚିଥିଲା । ପୋଲିସ ପହଞ୍ଚିବା ପୂର୍ବରୁ ଯୁବତୀଙ୍କ ଘର ବାହାରେ ପଞ୍ଚାୟତ ବସିଥିଲା । ଏହି ପଞ୍ଚାୟତ ସଭାରେ ତନୁଙ୍କ ବାପା ମହେଶ ଗୁର୍ଜର ଏବଂ ଦାଦା ପୁଅ ଭାଇ ରାହୁଲ ଉପସ୍ଥିତ ଥିଲେ । ପୋଲିସ ତନୁଙ୍କୁ ପଞ୍ଚାୟତ ସାମ୍ନାରେ ତାଙ୍କ ଇଚ୍ଛା କ’ଣ ପଚାରିବାରୁ ତନୁ ଏହି ବିବାହକୁ ମୁହେଁ ମୁହେଁ ମନା କରିଦେଲେ ଏବଂ ଘରେ ରହିବେନି ବୋଲି ସଭା ମଝିରେ କହିଲେ । ଝିଅର ଏଭଳି ଜିଦ୍ ଦେଖି ବାପା ମହେଶ ଝିଅକୁ ଏକଲାରେ ଥରେ ବୁଝେଇବାକୁ ପଞ୍ଚାୟତ ଏବଂ ପୋଲିସକୁ ଅନୁରୋଧ କଲେ । ପୋଲିସ ହଁ କହିବାରୁ ଝିଅକୁ ନେଇ ବାପା-ଭାଇ ଏକ ରୁମରେ କିଛି ସମୟ ଆଲୋଚନା କଲେ ହେଲେ ଏହାରି ଭିତରେ ବନ୍ଦ ଘରୁ ଗୁଳି ଫୁଟିବାର ଶୁଭିଲା । ସମସ୍ତେ ଧାଇଁ ଯାଇ ଦେଖିଲାବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଛି ତନୁ, ବାପା ମହେଶ ଗୁର୍ଜର ଖଣ୍ଡା ଧରି ଲୋକଙ୍କୁ ଆତଙ୍କିତ କରୁଥିବାବେଳେ ଦାଦା ପୁଅ ଭାଇ ରାହୁଲ ବନ୍ଧୁକ ଧରି ଫେରାର ହୋଇଗଲା ।
ଗ୍ୱାଲିୟର ଏସପି ଗଣମାଧ୍ୟମକୁ କହିବା ମୁତାବକ, ବିବାହକୁ ବିରୋଧ କରି ଯୁବତୀ ଜଣକ ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ ବାପା ଝିଅକୁ ନିରୋଳାରେ ବୁଝାଇବେ ବୋଲି ପୋଲିସକୁ ଅନୁରୋଧ କରିବା ପରେ ତାଙ୍କୁ ଘର ଭିତରକୁ ନେଇ ଗୁଳି ମାରି ହତ୍ୟା କରିଦେଲେ । ଆମେ ହତ୍ୟାକାରୀ ବାପାକୁ ଗିରଫ କରିଥିବାବେଳେ ମୃତ ଯୁବତୀଙ୍କ ଭାଇ ଫେରାର ଅଛନ୍ତି, ପୋଲିସ ତୁରନ୍ତ ତାଙ୍କୁ ଗିରଫ କରିବ ବୋଲି ଏସପି ଧର୍ମବୀର ସିଂହ କହିଛନ୍ତି ।