ଛାରଖାର କରିଦେଲା ରିଲ୍ସ ବନାଇବାର ନିଶା, ଥରିଗଲା ପୁରା ବିଲ୍ଡିଂ, ଜଳିଗଲେ ଦିଅର , ଭାଉଜ

ରିଲ୍ସରେ ଧୂଆଁ ଦେଖାଇବାକୁ , ଭାଉଜ ଦିଅର ମିଶି ଏଲପିଜି ଗ୍ୟାସ ଖୋଲିଦେଲେ ଲାଇଟ୍ ଅନ କରୁକରୁ ଦୋହଲିଗଲା ପୁରା ବିଲ୍ଡିଂ

gas blast

gas blast Photograph: (kanakNews)

କନକ ବ୍ୟୁରୋ:   ରିଲ୍ସ ବନାଇବାର ନିଶା ଛାରଖାର କରିଦେଲା । ଘଟଣାକ୍ରମ ଥିଲା କିଛି ଏଭଳି । ମଧ୍ୟପ୍ରଦେଶ ଗ୍ବାଲିୟର ଗୋଲା ମନ୍ଦିର ରୋଡ ସ୍ଥିତି ୭ ମହଲା ବିଲ୍ଡିଂରେ ରହୁଥିଲେ ଅନୀଲ ଜାଠ ନାମକ ବ୍ୟକ୍ତି । ସେ ଓ ତାଙ୍କ ଭାଉଜ ମିଶି ରିଲ୍ସ କରୁଥିଲେ । ରିଲ୍ଡରେ ବିଲ୍ଡିଂରେ ଧୂଆଁର ଇଫେକ୍ଟ ଦେଖାଇବାକୁ ଥିଲା । ଏଥିପାଇଁ ଦୁହେଁ ଏଲପିଜି ସିଲିଣ୍ଡର ଖୋଲିଦେଇଥିଲେ । ଚାରିଆଡ ଗ୍ୟାସରେ ଭରିଯାଇଥଲା । ଏହାପରେ ହାଲୋଜିନ ଲାଇଟର ସ୍ବିଚ ଅନ କରିଦେଇଥିଲେ । ଲାଇଟ ଜଳିବା ମାତ୍ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ପୁରା ୭ ମହଲା ବିଲ୍ଡିଂ ଥରିଉଠିଥିଲା ।

ବିଲ୍ଡିଂରେ ରହୁଥିବା ଲୋକେ ଭୟରେ ଦୌଡି ପଳାଇବାରୁ ବଞ୍ଚିଯାଇଥିବାବେଳେ ରିଲ୍ସ କରୁଥିବା ଅନୀଲ ଜାଠ୍ ଓ ତାଙ୍କ ଭାଉଜ ଜଳିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ କରୁଛି । ଅନେକ ସମୟରେ ରିଲ୍ସ ବନାଇବାର ନିଶା ଲୋକଙ୍କ ପାଇଁ ମରଣାନ୍ତକ ହେଉଛି, ତଥାପି ଲୋକେ ଚେତୁନଥିବା କ୍ଷୋଭର ବିଷୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe