ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ। ଘାଟିରେ ଓଲଟିଲା ବସ ୪ ମୃତ୍ୟୁ, ୩୦ ଆହତ

Advertisment

ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ। ଘାଟିରେ ବସ୍ ଓଲଟି ୪ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ ହୋଇଥିବା ସୂଚନା। ରବିବାର ଭୋର ୫ଟା ସମୟରେ ବୈପାରିଗୁଡା ଗୁପ୍ତେଶ୍ୱର ସୁକୁନାଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି

ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ। ଘାଟିରେ ବସ୍ ଓଲଟି ୪ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ ହୋଇଥିବା ସୂଚନା। ରବିବାର ଭୋର ୫ଟା ସମୟରେ ବୈପାରିଗୁଡା ଗୁପ୍ତେଶ୍ୱର ସୁକୁନାଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି

bus

bus Photograph: (bus )

କନକବ୍ୟୁରୋ : ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ। ଘାଟିରେ ବସ୍ ଓଲଟି ୪ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ ହୋଇଥିବା ସୂଚନା। ରବିବାର ଭୋର ୫ଟା ସମୟରେ ବୈପାରିଗୁଡା ଗୁପ୍ତେଶ୍ୱର ସୁକୁନାଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ୫୦ଜଣଙ୍କୁ ନେଇ କଟକ ନିଆଳିରୁ ବୈପାରିଗୁଡାର ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ବେଳେ ଏହି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। 

ଦୁର୍ଘଟଣା ପରେ  ବସ ତଳେ ଚାପି ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ, ବିଏସଏଫ ଯବାନ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ବସ୍ ଭିତରୁ ୧୨ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ କଟର ସାହାଯ୍ୟରେ ବସକୁ କାଟି ଅନ୍ୟମାନଙ୍କୁ ମୃତଦେହ ଉଦ୍ଧାର କରାଯାଉଛି ।  ଦୁର୍ଘଟଣାରେ ଜଣେ ୧୦ ବର୍ଷୀୟ ନାବାଳକର ଡାହାଣ ଗୋଡ଼ ଏବଂ ହାତ ସଂପୂର୍ଣ୍ଣ କଟି ଯାଇଥିବା ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe