କନକ ବ୍ୟୁରୋ :  ଗୁପ୍‌ଚୁପ୍‌ । ପାଟିକୁ ସୁଆଦିଆ ଲାଗୁଥିବା ଏହି ଗୁପଚୁପ୍‌ ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ । ଚଟ୍‌ପଟା ଆଳୁ ଚକଟା ସାଙ୍ଗକୁ ଖଟା ପାଣି ଦେଖିଲେ ପାଟିରୁ ଲାଳ ବାହାରି ପଡ଼େ । କେବଳ ରାସ୍ତା କଡ଼ ନୁହେଁ, ବିଭିନ୍ନ ପାର୍ଟିରେ ବି ଗୁପଚୁପ୍‌ର ଭାରି ଡିମାଣ୍ଡ । ହେଲେ ଥରେ ଭାବିଛନ୍ତି ଏହି ଗୁପଚୁପ୍‌ କେମିତି ପ୍ରସ୍ତୁତ ହୁଏ ।  ଚାରିଆଡ଼େ ଅଳିଆ ଆବର୍ଜନା ପରିବେଶ ।

Advertisment

 gupchup

ଆଉ ସେଇଠି ଟୋକେଇରେ ଖୋଲାରେ ଥୁଆ ହୋଇଛି ଗୁପଚୁପ । ଏପଟେ କେମିତି ମଟର ଉପରେ ମାଛି ବସିଛି। କେମିତି ପାଣି ବ୍ୟବହାର ହେଉଛି ବି ଟିକେ ଭଲକରି ଦେଖନ୍ତୁ। କଟକ ଶଙ୍କରପୁରର ନାକେଇ ପଡ଼ିଆ ଅଞ୍ଚଳରେ ରହୁଥିବା ୩୦ରୁ ଅଧିକ ଗୁପଚୁପ ବ୍ୟବସାୟୀ ଏଇଠୁ ତିଆରି କରି କଟକର ବିଭିନ୍ନ ସାହି ଓ ଛକରେ ବିକ୍ରି କରନ୍ତି । 

 gupchup
ଡାକ୍ତରଙ୍କ କହିବା କଥା ଏହିଭଳି ଅପରିଷ୍କାର ପରିବେଶରେ ପ୍ରସ୍ତୁତ ହେଉଥିବା ଫୁଡ୍‌ ଆଇଟମ୍‌ ଲିଭରକୁ ପ୍ରଭାବିତ କରିଥାଏ । ଏପରିକି ଜଣ୍ଡିସ ଭଳି ବିପଦଜନକ ରୋଗକୁ ଆମନ୍ତ୍ରଣ କରେ । ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଗୁପଚୁପ ଦେଖାଇ ଆମେ ଆପଣଙ୍କୁ ଭୟଭିତ କରିବାକୁ ଚାହୁଁନାହୁଁ । କିନ୍ତୁ ସଚେତନ ନହେଲେ ବିପଦ ବଢିପାରେ । ଅଳ୍ପ ଖର୍ଚ୍ଚରେ ରୋଜଗାର କରୁଥିବା ଏହି ଛୋଟ ବ୍ୟବସାୟୀଙ୍କୁ ଯଦି ସଚେତନ କରାଯାଏ, ତାହାହାଲେ ପରିସ୍ଥିତିରେ ପରିବର୍ତ୍ତନ ଆସିପାରିବ ।