ଷ୍ଟିଲସିଟିରେ କଥା କଥାକେ ଫୁଟୁଛି ଗୁଳି, କେଉଁଠୁ ଆସୁଛି ମାରଣାସ୍ତ ? କୁଆଡ଼େ ଲମ୍ବିଛି ଚେର ?

Advertisment
rkl

କନକ ବ୍ୟୁରୋ :  ଷ୍ଟିଲ୍ ସିଟି ରାଉରକେଲାରେ ଏବେ କଥା କହୁଛି ବନ୍ଧୁକ । ଛୁରି, ଭୁଜାଲି ନୁହେଁ, କଥା କଥାକେ ଫୁଟୁଛି ଗୁଳି । ଅନେକ ଅଭିଯୁକ୍ତଙ୍କୁ ପୁଲିସ ବାନ୍ଧୁଥିଲେ ବି ବେଆଇନ ବନ୍ଧୁକ କାରବାରରେ ରୋକ୍ ଲଗାଇ ପାରୁନି ।

ଅଧିକ ପଢ଼ନ୍ତୁ :  ରାଜଧାନୀରୁ ରାଉରକେଲା,ବାଲେଶ୍ବରରୁ ବାରିପଦା ; ସକାଳ ହେଉ କି ସଞ୍ଜ ନାରୀ ଏଠି ନୁହେଁ

ଅପରାଧୀଙ୍କ ପାଖରେ ବନ୍ଧୁକ ଭଳି ମାରଣାସ୍ତ୍ର । ବାଲିଘାଟକୁ ନେଇ କାରବାର ହେଉ କି ଖଣି ଅଞ୍ଚଳରେ ଟ୍ରାନ୍ସପୋର୍ଟରଙ୍କୁ ଲୁଟ୍ । ବିଭିନ୍ନ ଅପରାଧ ପାଇଁ ବନ୍ଧୁକ ସାଜିଛି ଅପରାଧୀଙ୍କ ଅସ୍ତ୍ର। ସୂଚନା ଅନୁଯାୟୀ ୩ ବର୍ଷ ଭିତରେ ରାଉରକେଲାରୁ ଜବତ ହେଲାଣି ୬୦ରୁ ଅଧିକ ବନ୍ଧୁକ । ଆଉ ଏ ବେଆଇନ ବନ୍ଧୁକ କାରବାରରେ ବନ୍ଧା ହେଲେଣି ୧୨୨ ଜଣ। ଯାହାକୁ ନେଇ ଏବେ ଆତଙ୍କିତ ସହରବାସୀ ।

 ୨୦୨୨ରେ ମୋଟ ୨୩ଟି ବନ୍ଧୁକ ଓ ପିସ୍ତଲ ଜବତ ହୋଇଥିଲା, ଯେଉଁଥିରେ ୪ଟି ଏକେ-୪୭ ଭଳି ମାରଣାସ୍ତ୍ର ରହିଥିଲା । ସେହିପରି ୨୦୨୩ରେ ୪ଟି ବନ୍ଧୁକ ଜବତ ହୋଇଥିବା ବେଳେ ଗିରଫ ହୋଇଥିଲେ ୧୧ ଜଣ। ୨୦୨୪ରେ ୮ଟି ବନ୍ଧୁକ ଓ ପିସ୍ତଲ ଜବତ ହୋଇଥିଲା । ମାମଲାରେ ବନ୍ଧା ହୋଇଥିଲେ ୧୪ ଜଣ। ସେହିପରି ୨୦୨୫ ନଭେମ୍ବର ସୁଦ୍ଧା ୨୭ଟି ବନ୍ଧୁକ ଓ ପିସ୍ତଲ ଜବତ ହୋଇଛି । ଏବେବି ଘଟଣାର ଅନେକ ମାଷ୍ଟରମାଇଣ୍ଡକୁ ଖୋଜୁଛି ପୁଲିସ। 

ଅଧିକ ପଢ଼ନ୍ତୁ :  ‘ଦ ଭଏସ୍‌ ଅଫ୍‌ ରାଉରକେଲା’ ବ୍ୟୁରୋ ଉଦ୍‌ଘାଟିତ : ବିକଶିତ ରାଉରକେଲା ହେଉଛି ବିକଶିତ ଓଡ଼ିଶାର ଅଂଶ: ତନୟା ପଟ୍ଟନାୟକ

୨୦୨୨: ୪ଟି ଏକେ-୪୭ ସହ ୨୩ଟି ବନ୍ଧୁକ ଓ ପିସ୍ତଲ ଜବତ
୨୦୨୩: ୪ଟି ବନ୍ଧୁକ ଜବତ, ୧୧ ଗିରଫ
୨୦୨୪: ୮ଟି ବନ୍ଧୁକ ଓ ପିସ୍ତଲ ଜବତ, ୧୪ ଗିରଫ
୨୦୨୫: ୨୭ଟି ବନ୍ଧୁକ ଓ ପିସ୍ତଲ ଜବତ
 ସୂଚନା ଅନୁଯାୟୀ ଝାଡ଼ଖଣ୍ଡ, ବିହାର ମୁଙ୍ଗେର ଏବଂ ପଶ୍ଚିମବଙ୍ଗରୁ ଆସୁଛି ପୁଳାପୁଳା ବନ୍ଧୁକ। ଏଠି ପ୍ରଶ୍ନ ଉଠୁଛି ସହର ଭିତରକୁ ଏତେ ପରିମାଣର ବନ୍ଧୁକ ଆସୁଛି କେମିତି? କେଉଁ ଗଳାବାଟ ଦେଇ ଆସୁଛି ମାରଣାସ୍ତ୍ର?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe