କନକ ବ୍ୟୁରୋ : ଅନୁଗୁଳ ବାଗଡିଆ ଥାନା ପାତ୍ରପଡା ଗାଁରେ ଗୁଳିମାଡ । ପୁର୍ବ ଶତ୍ରୁତାରୁ ଗାଁରେ ଫୁଟିଲା ଗୁଳି । ଆହତ ଯୁବକ ମିଲୁ ବେହେରାଙ୍କ ବାମ ଗୋଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ମିଲୁ ବେହେରା ଓ ତାଙ୍କ ଭିଣୋଇଙ୍କ ବଡ଼ ଭାଇ ପ୍ରଶାନ୍ତ ବେହେରାଙ୍କ ମଧ୍ୟରେ କିଛି ଦିନ ହେଲା ପାରିବାରିକ କଳହ ଲାଗିଥିଲା । ଆଜି ଗଣ୍ତଗୋଳ ଉଗ୍ରରୁପ ନେଇଥିଲା । ଫଳରେ ପ୍ରଶାନ୍ତଙ୍କ ବନ୍ଧୁକ ଗୁଳିରେ ମିଲୁ ଆହତ ହୋଇଥିବା ଅଭିଯୋଗ ହୋଇଛି । ବାଗଡିଆ ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2024/11/29/Y3kdozifkJDHrk2E8t7C.jpg)