ଯାଜପୁରରେ ବିବାହ ଭୋଜିରେ ଫୁଟିଲା ଗୁଳି : ୨ ଆହତ, ବଡ଼ଚଣା ଥାନାରେ ମାମଲା

ବିବାହ ଭୋଜିରେ ଫୁଟିଲା ଗୁଳି । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳି ମାଡ ହୋଇଛି ।

firing

Photograph: (kanaknews)

କନକ ବ୍ୟୁରୋ : ବିବାହ ଭୋଜିରେ ଫୁଟିଲା ଗୁଳି । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳି ମାଡ ହୋଇଛି ।  ଯାଜପୁର ବଡ଼ଚଣା ଥାନା ଚଣ୍ଡିଖୋଲ ମହାବିନାୟକ ପୀଠରେ ବିବାହ ଭୋଜିରେ ଏହି ଗଣ୍ଡଗୋଳ ହୋଇଥିଲା । ବାଜାବାଟୀ ଅଞ୍ଚଳର ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଗାଁର କିଛି ଲୋକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । 

ତେବେ ସେଠାରେ ରାଜନୈତିକ ଆକ୍ରୋଶକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଧର୍ମଶାଳା ଥାନା ତରଞ୍ଜିଆ ପୂର୍ବତନ ଜିଲ୍ଲାପରିଷଦଙ୍କ ସହ ବିଜେଡିର କିଛି  ଯୁବକ ହଠାତ ମରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଫୁଟିଥିଲା ଗୁଳି । ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଥିବାବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା ।  ଘଟଣା ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe