କନକ ବ୍ୟୁରୋ : ବିବାହ ଭୋଜିରେ ଫୁଟିଲା ଗୁଳି । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳି ମାଡ ହୋଇଛି । ଯାଜପୁର ବଡ଼ଚଣା ଥାନା ଚଣ୍ଡିଖୋଲ ମହାବିନାୟକ ପୀଠରେ ବିବାହ ଭୋଜିରେ ଏହି ଗଣ୍ଡଗୋଳ ହୋଇଥିଲା । ବାଜାବାଟୀ ଅଞ୍ଚଳର ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଗାଁର କିଛି ଲୋକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ ।
ତେବେ ସେଠାରେ ରାଜନୈତିକ ଆକ୍ରୋଶକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଧର୍ମଶାଳା ଥାନା ତରଞ୍ଜିଆ ପୂର୍ବତନ ଜିଲ୍ଲାପରିଷଦଙ୍କ ସହ ବିଜେଡିର କିଛି ଯୁବକ ହଠାତ ମରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଫୁଟିଥିଲା ଗୁଳି । ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଥିବାବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣା ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି ।