କନକ ବ୍ୟୁରୋ : କିଛିଦିନ ହେବ ଦୈନିକ କୌଣସି ନା କୌଣସି ବିମାନରେ ବୋମା ଥିବାର ଗୁଜବ ପ୍ରଚାରିତ ହେଉଛି । ଏହି କ୍ରମରେ ଏୟାର ଇଣ୍ଡିଆର ଏକ ବିମାନରୁ ଗୁଳାବାରୁଦ ମିଳିବା ପରେ ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି । ଦୁବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରୁ ଗୁଳାବାରୁଦ ମିଳିଛି । ଏହାପରେ ତୁରନ୍ତ ବିମାନ କର୍ମଚାରୀଙ୍କ ସହାୟତାରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା । ଏହାସହ ଏନେଇ ପୋଲିସରେ ଅଭିଯୋଗ କରାଯାଇଛି ।
ଏୟାର ଇଣ୍ଡିଆର ପ୍ରବକ୍ତାଙ୍କ କହିବା ମୁତାବକ ଅକ୍ଟୋବର ୨୭ ତାରିଖରେ ଏଭଳି ଘଟଣା ଘଟିଥିଲା । ଦୁବାଇରୁ ଦିଲ୍ଲୀ ଆସୁଥିବା ବିମାନରେ ଗୁଳାବାରୁଦ ଥିବା ଦେଖିବାକୁ ମିଳିଥିଲା ।