କନକ ବ୍ୟୁରୋ:   ଜେଲ୍ ଗଲା ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ । ୨ ଦିନିଆ ରିମାଣ୍ଡରେ ଜେରା ପାଇଁ ଆଣିଥିଲା ଏସଆଇଟି । ୨ ଦିନ ଧରି ଶ୍ରବଣ ଅଗ୍ରୱାଲଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ । ଜେରାବେଳେ ଏସଆଇଟି ହାତରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ଲାଗିଥିବା ସୂଚନା ମିଳିଛି । ବିନା କାଗଜପତ୍ରରେ ବାରୁଦ କାରବାର କରୁଥିବା ଜେରା ବେଳେ ମାନିଛି ଶ୍ରବଣ ଅଗ୍ରୱାଲ ।

Advertisment

କେବଳ ସେତିକି ନୁହେଁ ସ୍ତ୍ରୀ ନିକିତା ଅଗ୍ରୱାଲଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି ଏସଆଇଟି । ସ୍ବାମୀ ସ୍ତ୍ରୀ ଙ୍କୁ ମୁହାଁମୁହିଁ ଜେରା ପରେ ଦମ୍ପତି ସତ ଓଗାଳିଥିବା କୁହାଯାଉଛି । ବିସ୍ଫୋରକ ଲୁଟ୍ ଓ ନକ୍ସଲ ଲିଙ୍କ ନେଇ ଏବେବି ଖୋଲ୍‌ ତାଡ ଜାରି ରଖିଛି ଏସଆଇଟି ।