କନକ ବ୍ୟୁରୋ :  କେନ୍ଦୁଝର ପୁଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ । ଲଗାତର ଦୁଇ ଦିନରେ ଦୁଇଟି ପୃଥକ ପୃଥକ ସ୍ଥାନରୁ ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା । କେନ୍ଦୁଝର ସଦର ଥାନାର ବାୟାପଣ୍ଡାଧାରରେ ସଶସ୍ତ୍ର ଡକାୟତି ଓ ଗତକାଲି ବିଳମ୍ବିତ ରାତିରେ ଆଠ ଜଣ ମୁଖା ପିନ୍ଧା ଡକାୟତ ସଂଗ୍ରାମ କେଶରୀ ନାଏକଙ୍କ ପାଣି ମାଗିବା ବାହାନାରେ ପଶି ବନ୍ଧୁକ ମୁନରେ ଲୁଟି ନେଲେ ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ଓ ୧୧ ଲକ୍ଷ ଟଙ୍କାର ସୁନା ଗହଣା । ସଂଗ୍ରାମଙ୍କର କହିବା ଅନୁସାରେ ଡକାୟତ ମାନେ ପ୍ରଥମେ ଜଣେ ବ୍ୟକ୍ତିକୁ ଟେକି ଟେକି ଆଣି ଦୁର୍ଘଟଣା ଘଟି ଯାଇଛି ଟିକେ ପାଣି ଦିଅ କହି ଡ୍ରାମା କରିଥିଲେ ।

Advertisment

ଅଧିକ ପଢନ୍ତୁ : ଯୋଡ଼ା ବଡ଼ବିଲ ବ୍ୟାଙ୍କ ଲୁଟ ମାମଲାରେ ୨ ଡକାୟତ ଗିରଫ

ଘର ଲୋକେ ପାଣି ଦେବାକୁ କବାଟ ଖୋଲିବା ମାତ୍ର ଆଠ ଜଣ ମୁଖା ପିନ୍ଧା ଡକାୟତ ତୁରନ୍ତ ଘର ଭିତରେ ପଶି ସମସ୍ତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ସବୁ ଛଡାଇ ନେବା ସହ ସମସ୍ତ ଙ୍କୁ ଗୋଟେ ଘରେ ପୁରାଇ କାବାଟ ବନ୍ଧ କରି ଦେଇଥିଲେ ଓ ଏହା ପରେ ପୁରା ଘରର ଅଲମାରି , ଖଟର ବକ୍ସ ଓ ବ୍ୟାଗ ଆଦି ଖୋଲି ତନ୍ନ ତନ୍ନ କରି ଖୋଜି ସମସ୍ତ ଟଙ୍କା ପଇସା ଓ ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ । ଡକାୟତ ମାନଙ୍କ ମଧ୍ୟରୁ ୭ ଜଣ ମୁଖା ପିନ୍ଧିଥିଲେ ଓ ଜଣେ ମୁଖା ପିନ୍ଧି ନଥିଲା ଓ ସମସ୍ତଙ୍କ ହାତରେ ବନ୍ଧୁକ ଥିବା ସଂଗ୍ରାମ କହିଛନ୍ତି । ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।