କନକ ବ୍ୟୁରୋ : ରାଜଧାନୀରେ ରାତିଅଧରେ ଫୁଟିଲା ଗୁଳି, ଏଟିଏମ ଲୁଟେରାକୁ ଏନକାଉଣ୍ଟର କଲା ସ୍ପେଶାଲ ସ୍କ୍ୱାର୍ଡ । ବିଳମ୍ବିତ ରାତିରେ ଏଟିଏମରୁ ଲୁଟ କରୁଥିବା ସମୟରେ ଆନ୍ତଃରାଜ୍ୟ ଲୁଟେରା ଦୀପକ କୁମାରକୁ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଏନକାଉଣ୍ଟର କରାଯାଇଛି । ଆହତ ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୀପକ କୁମାର ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ ଲୁଟ କରୁଥିଲା । ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା ।
ପୋଲିସକୁ ଦେଖି ଗୁଳି ଚଳାଇବା ସମୟରେ ପୋଲିସର ପାଲଟା ଆକ୍ରମଣରେ ଦୀପକର ଗୋଡ଼ରେ ବାଜିଥିଲା ଗୁଳି। ଆହତ ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ସ୍ପେଶାଲ ସ୍କ୍ୱାର୍ଡ । ଦୀପକ ନାରେ ରାଜଧାନୀରେ ବିଭିନ୍ନ ଥାନାରେ ରହିଛି ମାଳ ମାଳ ମାମଲା । ଏଟିଏମ ମେସିନ ଭିତରେ ଚତୁରତାର ସହ ଅଠା ଲଗାଇ ଦେଉଥିଲ ଏହି ଲୁଟେରା । ଗ୍ରାହକ ଟଙ୍କା ଉଠେଇବା ସମୟରେ ଟଙ୍କା ଏଟିଏମରେ ଲାଗିଥିବା ଅଠାରେ ଲାଗି ଯାଉଥିଲା ଟଙ୍କା । ଲୋକ ମାନେ ଟଙ୍କା ବାହାରୁନି ଭାବି ଏଟିଏମ ଛାଡି ପଳାଇଲା ବେଳେ ଏହି ଲୁଟେରା ମାନେ ଯାଇ ଟଙ୍କା ବାହାର କରି ନେଉଥିଲେ। ଏହି ଗ୍ୟାଙ୍ଗରେ ଆହୁରି ୨ଜଣ ଥିବା ବେଳେ ସେମାନେ ଫେରାର ହୋଇଯାଇଛନ୍ତି । ଲୁଟେରା ଗ୍ୟାଙ୍ଗ ରାଞ୍ଚି ପୋଲିସ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/09/SnKJm09nmIKFKA7Pk7LH.jpg)