Photograph: (kanaknews)
କନକବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦଲକରେ ଫୁଟିଲା ଗୁଳି । ବେଆଇନ ଖଣି କାରବାରକୁ ନେଇ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବେଗୁନିଆ ଥାନା ଅନ୍ତର୍ଗତ ଦଲକ- ସାମନ୍ତରାପୁର ରାସ୍ତାରେ ଘଟିଛି ଏହି ଗୁଳିକାଣ୍ଡ। ମୃତ ଯୁବକଙ୍କ ନାଁ ବାସୁଦେବ ପରିଡ଼ା ଓରଫ ଟୁଟୁ। ଗୁରୁତର ଅବସ୍ଥାରେ ବାସୁଦେବଙ୍କୁ ଖୋର୍ଦ୍ଧା ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଖୋକା ଓ ଏକ ବୁଲେଟ ମୋଟର ସାଇକେଲ ପଡ଼ି ରହିଥିଲା। ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଫାୟାରିଂ କରି ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବେଆଇନ ଖଣି କାରବାର ଘଟଣାକୁ ନେଇ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି ।
ବିଜେପିରେ ଆଜିଠୁ ଆରମ୍ଭ ହେବ ନିତିନ ଯୁଗ : ଆଜି ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ନେବେ ଦାୟିତ୍ବ
ଚନା ମୁତାବକ, ଏ ଘଟଣା ଘଟିଛି ଗତକାଲି ରାତି ପ୍ରାୟ ୮ଟା ସମୟରେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ମୃତ ବାସୁଦେବ ସନ୍ଧ୍ୟା ସମୟରେ ଝାଡ଼ା ଯାଇଥିଲେ। ରାସ୍ତା ପ୍ରାୟ ଶୂନଶାନ ଥିଲା। ଏହାର ସୁଯୋଗ ନେଇଥିଲେ ଦୁର୍ବୃତ୍ତ। ଏହି ଷଡ଼ଯନ୍ତ୍ରରେ ଦୁଇରୁ ଅଧିକ ଲୋକଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ତନ୍ମଧ୍ୟରୁ କିଛି ଯୁବକ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଥିଲେ। ବାସୁଦେବଙ୍କର ଗତିବିଧି ଉପରେ ନଜର ରଖିଥିଲେ। ବାସୁଦେବ ପଡ଼ିଆକୁ ଝାଡ଼ା ଯାଇ ଫେରୁଥବା ବେଳେ ଯୁବକମାନେ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ।
ଠିକ୍ ଏହି ସମୟ ବେଳକୁ ଏକ କଳା ରଙ୍ଗର ବୁଲେଟ୍(ଓଡି ୩୩ଏଓ-୯୯୮୬) ଯୋଗେ ବନ୍ଧୁକ ନେଇ ଦୁଇ ଜଣ ହଠାତ୍ ଆସି ବାସୁଦେବଙ୍କ ନିକଟରେ ପହଞ୍ଚିଥିଲେ। ରାସ୍ତା ଉପରେ ଗାଡ଼ି ରଖି ବାସୁଦେବ କିଛି ଜାଣିବା ପୂର୍ବରୁ ଅତି ପାଖରୁ କଥାବାର୍ତ୍ତା ହୋଇ ରାଉଣ୍ଡ ପରେ ରାଉଣ୍ଡ୍ ଗୁଳି ମାଡ଼ କରି ଚାଲିଥିଲେ। ସେଥିରୁ ଗୋଟିଏ ରାଉଣ୍ଡ ଗୁଳି ମୁଣ୍ଡରେ ବାଜିଥିବା ବେଳେ ଅନ୍ୟଟି ଛାତିରେ ମାଡ଼ ହୋଇଥିବା ଜଣାପଡ଼ିଛି। ମୁଣ୍ଡରେ ବାଜି ଗୁଳିଟି ବାହାରି ଯାଇଛି। ଘଟଣାସ୍ଥଳରେ ଗୁଳିଟି ପଡ଼ିଥିବା କୁହାଯାଉଛି ।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାସୁଦେବ ଘଟଣାସ୍ଥଳରେ ପଡ଼ିଥିବା ବେଳେ ହଠାତ୍ ବନ୍ଧୁକ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ିଥିଲେ। ଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ବୁଲେଟ୍ ଗାଡ଼ିକୁ ଘଟଣାସ୍ଥଳରେ ଛାଡ଼ି ସ୍ଥାନୀୟ ଜଙ୍ଗଲକୁ ଦୌଡ଼ି ପଳାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାସୁଦେବଙ୍କୁ ଲୋକେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।
ସ୍ଥାନୀୟ ଥାନା ପୁଲିସ ଦୁର୍ବୃତ୍ତମାନେ ଛାଡ଼ିଯାଇଥିବା ବୁଲେଟ୍ ଧରି ତଦନ୍ତ ଆରମ୍ଭ କରୁଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଆଜି ସକାଳ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।
Follow Us