କନକ ବ୍ୟୁରୋ: ନେତାଙ୍କ ଖୋଲା ଗୁଳିଚାଳନା । ପୂର୍ବତନ ବିଧାୟକ ଏବଂ ବର୍ତ୍ତମାନର ବିଧାୟକ ପରସ୍ପରଙ୍କ ଉପରକୁ ଖୋଲା ଗୁଳିଚାଳନା କରିଛନ୍ତି । ଉତ୍ତରାଖଣ୍ଡରେ ଘଟିଥିବା ଏହି ଘଟଣାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସ୍ବାଧୀନ ବିଧାୟକ ଉମେଶ କୁମାର ଏବଂ ପୂର୍ବତନ ବିଜେପି ବିଧାୟକ କୁଅଁର ପ୍ରଣବ ସିଂ ଚାମ୍ପିୟନଙ୍କୁ ଗିରଫ କରିଛି ପୁଲିସ । ନିର୍ବାଚନକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଛି । ଭିଡିଓରେ ପୂର୍ବତନ ବିଜେପି ବିଧାୟକ କୁଅଁର ପ୍ରଣବ ସିଂ ଚାମ୍ପିୟନ ଦିନ ଦିପ୍ରହରରେ ସମର୍ଥକଙ୍କ ସହ ବିଧାୟକ ଉମେଶ କୁମାରଙ୍କ ସହ ଅଫିସ ସାମ୍ନାରେ ଫାଙ୍କା ଗୁଳିଚାଳନା କରିଛନ୍ତି । ବିଧାୟକ କୁଅଁର ପ୍ରଣବ ସିଂ ହାତରେ ବନ୍ଧୁକ ଧରି ବୁଲୁଥିବାର ନଜରରେ ଆସିଛନ୍ତି । ଏହା ପରେ ସ୍ବାଧୀନ ବିଧାୟକ ଉମେଶ କୁମାର ପୂର୍ବତନ ବିଧାୟକଙ୍କ ଚାମ୍ପିୟନଙ୍କ ଘର ସାମ୍ନାରେ ସମର୍ଥକଙ୍କ ସହ ଗୁଳିଚାଳନା କରୁଥିବା ଦେଖିବାକୁ ମିଳିଛି। ଏହାପରେ ଉଭୟ ଉଭୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇ ନେତାଙ୍କୁ ଗିରଫ କରିଛି ।