ଖୋଲୁଛି ଜେଲ ଭିତରରେ ଚାଲିଥିବା ଗ୍ୟାଙ୍ଗଷ୍ଟରଙ୍କ ଗୁଣ୍ଡାରାଜର ଗୁମର । କଏଦୀଙ୍କ ଟଙ୍କାକୁ ନେଇ ଛିଡୁନି ଭାଗବଣ୍ଟା, ବଢ଼ୁଛି କନ୍ଦଳ

Advertisment

ଜେଲରେ କଏଦୀଙ୍କୁ କଡା ସୁରକ୍ଷାରେ ରଖାଯାଏ। ଜେଲରେ କଏଦୀ ଦିନ କାଟିବା ବହୁ କଷ୍ଟ । ଏହା ଆମେ ଜାଣିଛୁ…. କିନ୍ତୁ ଝାରପଡା ଜେଲରେ ସ୍ଥିତି କିଛି ଅଲଗା । କାରଣ ଏଠାରେ କଏଦୀ ଟଙ୍କା ଦେଇ ଆରାମରେ ରହୁଛନ୍ତି।

ଜେଲରେ କଏଦୀଙ୍କୁ କଡା ସୁରକ୍ଷାରେ ରଖାଯାଏ। ଜେଲରେ କଏଦୀ ଦିନ କାଟିବା ବହୁ କଷ୍ଟ । ଏହା ଆମେ ଜାଣିଛୁ…. କିନ୍ତୁ ଝାରପଡା ଜେଲରେ ସ୍ଥିତି କିଛି ଅଲଗା । କାରଣ ଏଠାରେ କଏଦୀ ଟଙ୍କା ଦେଇ ଆରାମରେ ରହୁଛନ୍ତି।

jail follow up

କନକ ବ୍ୟୁରୋ: ଜେଲରେ କଏଦୀଙ୍କୁ କଡା ସୁରକ୍ଷାରେ ରଖାଯାଏ। ଜେଲରେ କଏଦୀ ଦିନ କାଟିବା ବହୁ କଷ୍ଟ । ଏହା ଆମେ ଜାଣିଛୁ…. କିନ୍ତୁ ଝାରପଡା ଜେଲରେ ସ୍ଥିତି କିଛି ଅଲଗା । କାରଣ ଏଠାରେ କଏଦୀ ଟଙ୍କା ଦେଇ ଆରାମରେ ରହୁଛନ୍ତି। ଆଉ କଏଦୀଙ୍କ ଏହି ଟଙ୍କା କାରବାରକୁ ନେଇ ହୋଇଛି ମହାଭାରତ। 

  • କିଏ ନେଇଗଲା କଏଦୀ ଟଙ୍କା?
  • ଟଙ୍କା ଭାଗବଣ୍ଟାକୁ ନେଇ ଅଶାନ୍ତ ଜେଲ
  • ଜେଲ କର୍ମଚାରୀଙ୍କ ଭାଗ ଛିଡୁନି, କନ୍ଦଳ ବଢୁଛି

ଭୁବନେଶ୍ୱର ଝାରପଡା ଜେଲରେ ଚାଲିଛି କଣ? ବିଚାରଧୀନ କଏଦୀଙ୍କ ଚିଠି ପରେ ପଡୁଛି ଉଠୁଛି ଜେଲ ବିଭାଗ। ଅଭିଯୋଗ ଆସୁଛି କୁଆଡେ ଟଙ୍କା ଭାଗବଣ୍ଟାକୁ ନେଇ ଝିମିଟି ଖେଳ ଏବେ ମହାଭାରତର ରୂପ ନେଲାଣି। ଅଭିଯୋଗ ଅନୁସାରେ, ଜେଲରେ ଦଣ୍ଡ ନୁହେଁ ବରଂ ଅଏସ ଆରାମରେ ଦିନ କାଟୁଛନ୍ତି କଏଦୀ। ମାସିକିଆ ଟଙ୍କା ଦେଇଦେଲେ ସବୁ ସମ୍ଭବ। ଆଉ ସେହି ଟଙ୍କା ଭାଗବଣ୍ଟାକୁ କେନ୍ଦ୍ରକରି ଜେଲ କର୍ମଚାରୀଙ୍କ ଭିତରେ ଭାଗ ଛିଡୁନି। କାହା ଭାଗରେ କେତେ ପଡିବ ଆଉ କିଏ ନେବ ସିଂହ ଭାଗ ସେନେଇ ମୁହାଁ ମୁହିଁ ହେବା ପରେ, ଜେଲର ଭିତିରି କଥା ସାମନାକୁ ଆସିଛି। 

ଜେଲ ବିଭାଗର ତଦନ୍ତ ସାରି ଏଡିଜି ଅମିତାଭ ଠାକୁରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଡିଆଇଜି। ୬୦ ପୃଷ୍ଠା ସମ୍ୱଳିତ ଏହି ତଦନ୍ତ ରିପୋର୍ଟରେ କଣ ରହିଛି ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନଥିବାବେଳେ, ସିସିଟିଭି ଉଭାନ ହୋଇଥିବା ଖବର ଚର୍ଚ୍ଚାକୁ ଆସିଛି। ୧୭ ନମ୍ୱରର ଓ୍ୱାର୍ଡରେ ଘଟିଥିବା ଘଟଣା ସିସିଟିଭିରେ କଏଦ ହୋଇଥିଲା କିନ୍ତୁ ଏବେ ଗାଏବ। କେହି ସିସିଟିଭି ଫୁଟେଜକୁ ଡିଲିଟ କରି, କ୍ୟାମେରା ଖରାପ ଥିବା କହିଛନ୍ତି। 

ତେଣୁ ପ୍ରଶ୍ନ ଉଠୁଛି...

  • ବଡ ବଡିଆଙ୍କୁ ଖସାଇ ଛୋଟ କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳିବନି ତ ଜେଲ ବିଭାଗ?
  • କେମିତି ଗାଏବ ହୋଇଗଲା ମାଡ଼ ବେଳର ସିସିଟିଭି ଫୁଟେଜ?  
  • ଗ୍ୟାଙ୍ଗଷ୍ଟରଙ୍କ ସହ ହାତ ମିଳାଥିବା ଜେଲ ଅଧିକାରୀ ଜଣକ କିଏ?
  • କଏଦୀଙ୍କ ଟଙ୍କାରୁ କିଏ ନେଉଛି ସିଂହ ଭାଗ?
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe