ବାଲି ଚାଲାଣକୁ ନେଇ ବରଗଡ଼ରେ ଗୁଣ୍ଡାରାଜ : ସିସିଟିଭିରେ କଏଦ ହେଲା ଦୃଶ୍ୟ

ବାଲି ଚାଲାଣକୁ ନେଇ ବରଗଡ଼ରେ ଗୁଣ୍ଡାରାଜ। ଖଣ୍ଡା ଭୁଜାଲି ଧରି ଆସିଲେ, ଘର ଭିତରେ ପଶି ଆସବାବ ପାତ୍ର ଓ ପାର୍କିଂରେ ଥିବା ବାଇକ୍ କାର ଭାଙ୍ଗି ଚୁରମାର କରିଦେଲେ । ବରଗଡ଼ ସଦର ଥାନା ତୁରୁଙ୍ଗ ଗାଁରେ ଏହି ଗୁଣ୍ଡାରାଜ ଦେଖିବାକୁ ମିଳିଛି ।

atanka

କନକବ୍ୟୁରୋ : ବାଲି ଚାଲାଣକୁ ନେଇ ବରଗଡ଼ରେ ଗୁଣ୍ଡାରାଜ  । ଖଣ୍ଡା ଭୁଜାଲି ଧରି ଆସିଲେ, ଘର ଭିତରେ ପଶି ଆସବାବ ପାତ୍ର ଓ ପାର୍କିଂରେ ଥିବା ବାଇକ୍ କାର ଭାଙ୍ଗି ଚୁରମାର କରିଦେଲେ  । ବରଗଡ଼ ସଦର ଥାନା ତୁରୁଙ୍ଗ ଗାଁରେ ଏହି ଗୁଣ୍ଡାରାଜ ଦେଖିବାକୁ ମିଳିଛି  । ଗତ ରାତିରେ ତୁରୁଙ୍ଗା ଗାଁର ମନୋଜ ମହାପାତ୍ରଙ୍କ ଘରେ ସଂଘବଦ୍ଧ ଭାବେ କିଛି ଦୃର୍ବୁତ୍ତ ଏଭଳି କାଣ୍ଡ ଘଟାଇଛନ୍ତି  । 

ଆଉ ଏହାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଘଟଣାକୁ ନେଇ ତୁରୁଙ୍ଗା ଗ୍ରାମବାସୀ ଓ ମନୋଜ ମହାପାତ୍ର ସଦର ଥାନାରେ ଏତଲା ଦେଇଛନ୍ତି  । କ୍ଷତିପୂରଣ ସହ ଦୋଷୀ ବିରୋଧରେ କଡ଼ା କାର୍ୟ୍ୟକ୍ଷନୁଷ୍ଠାନ ନେବାକୁ ଦାବି ମଧ୍ୟ କରିଛନ୍ତି ମନୋଜ ଓ ତାଙ୍କ ପରିବାର । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe