କୋଲକାତା ମାମଲାରେ ଖୋଲୁଛି ଗୁମର । ଲାଞ୍ଚ ଦେଇ ଦବାଇବାକୁ କରାଯାଇଥିଲା ଚେଷ୍ଟା

Advertisment

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁସ୍କର୍ମ ଓ ହତ୍ୟା ଘଟଣାକୁ ମାସଟେ ପୁରିବାକୁ ଯାଉଛି। ଘଟଣାକୁ ନେଇ କୋଲକାତାରେ ଏବେ ବି ଜୋରଦାର ବିକ୍ଷୋଭ ଜାରି ରହିଛି। ଏହାରି ଭିତରେ ପୁଲିସ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ନେଇ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି।

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁସ୍କର୍ମ ଓ ହତ୍ୟା ଘଟଣାକୁ ମାସଟେ ପୁରିବାକୁ ଯାଉଛି। ଘଟଣାକୁ ନେଇ କୋଲକାତାରେ ଏବେ ବି ଜୋରଦାର ବିକ୍ଷୋଭ ଜାରି ରହିଛି। ଏହାରି ଭିତରେ ପୁଲିସ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ନେଇ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି।

kolkata case update

କନକ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁସ୍କର୍ମ ଓ ହତ୍ୟା ଘଟଣାକୁ ମାସଟେ ପୁରିବାକୁ ଯାଉଛି। ଘଟଣାକୁ ନେଇ କୋଲକାତାରେ ଏବେ ବି ଜୋରଦାର ବିକ୍ଷୋଭ ଜାରି ରହିଛି। ଏହାରି ଭିତରେ ପୁଲିସ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ନେଇ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ସେଦିନ ଘଟଣା ପରେ ପୁଲିସ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏଥିପାଇଁ ପୁଲିସ୍‌ ତାଙ୍କୁ ଲାଞ୍ଚ ଯାଚିଥିଲା ବୋଲି ବି କହିଛନ୍ତି ପୀଡିତାଙ୍କ ସମ୍ପର୍କୀୟ। 

  • ‘ପୀଡ଼ିତାଙ୍କ ପରିବାରକୁ କରାଯାଇଥିଲା ଅପହରଣ’
  • ଦେଖିବାକୁ ଦିଆଯାଇନଥିଲା ମୃତଦେହ
  • କୋଲକାତାରେ ଲାଇଟ ବନ୍ଦ ପ୍ରତିବାଦ

ଅଗଷ୍ଟ ୯ ତାରିଖ, ଘଟଣା ସମ୍ପର୍କରେ ଜାଣିବା ପରେ ପୀଡିତାଙ୍କ ପରିବାର ଲୋକେ ଆରରଜି କର ହସ୍ପିଟାଲ ପହଞ୍ଚିଥିଲେ। ମେଡିକାଲରେ ପହଞ୍ଚିବାରେ ପରେ ତାଙ୍କୁ କଲେଜଙ୍କ ଅଧ୍ୟକ୍ଷଙ୍କ ରୁମକୁ ନିଆଯାଇଥିଲା। ସେଠାରେ ପୁଲିସ ଏବଂ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଏକପ୍ରକାର ଅପହରଣ କରିନେଇଥିଲେ ବୋଲି କହିଛନ୍ତି ପରିବାର ଲେକେ। ପୀଡିତାଙ୍କ ପାଖରେ ୪୦୦ ପୁଲିସ କର୍ମଚାରୀ ଥିଲେ। ଝିଅର ମୃତଦେହକୁ ଦେଖିବାକୁ ଚାହୁଁଥିଲେ ମଧ୍ୟ ଶବକୁ ଶୀଘ୍ର ସତ୍କାର କରି ଦିଆଯାଇଥିଲା କହିଛନ୍ତି ପୀଡ଼ିତାଙ୍କ ସମ୍ପର୍କୀୟ ମା। ଯାହାକୁ ନେଇ ମମତା ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ସେପଟେ ସେପଟେ ଘଟଣାକୁ ନେଇ କୋଲକାତାରେ ଲାଇଟ୍‌ ବନ୍ଦ ପ୍ରଦର୍ଶନରେ ହଜାର ହଜାର ଲୋକେ ସାମିଲ ହୋଇଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଅଗଷ୍ଟ ୧୦ ତାରିଖରୁ ହିଁ ପୂରା ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ବୁଧବାର ରାତିରେ 'ରିକ୍ଲେମ୍‌ ଦ ନାଇଟ୍‌' ଅଭିଯାନରେ ପୀଡିତାଙ୍କ ବାପା-ମା ମଧ୍ୟ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe