କନକ ବ୍ୟୁରୋ : ଭୁବନେଶ୍ବର ପଳାଶପଲ୍ଲୀରେ ଶିବ ପ୍ରସାଦଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଆକ୍ରମଣରେ ବ୍ୟବହୃତ ଦୁଇଟି ଖଣ୍ଡା, ବାଇକ, ମାରଣାସ୍ତ୍ର, ମୋବାଇଲ ଫୋନ ଜବତ କରାଯାଇଛି । ତେବେ ଅନ୍ୟ ୪ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ରାସ୍ତାରୁ ହଟାଇବା ପାଇଁ ହୋଇଥିଲା ଯୋଜନା । ମାଷ୍ଟର ମାଇଣ୍ଡ ଗଣେଶ ଓରଫ ପ୍ରମୋଦ ମହାପାତ୍ର ଓ ସାଲୁ ଓରଫ ଦେବାଶିଷ ନାୟକ, ସଞ୍ଜୁ ଓରଫ ସଞ୍ଜୟ ବାରିକ ଏବଂ ବିକି ନାୟକକୁ ଗିରଫ କରିଛି ପୋଲିସ ।
ଲକ୍ଷ୍ମୀ ପୂଜା ଭାଷାଣିରେ ଗଣେଶକୁ କିଛି ଦୁର୍ବୁତ୍ତ ଆକ୍ରମଣ କରିଥିଲେ । ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଏହି ଘଟଣା ପଛରେ ଶିବଙ୍କ ସମ୍ପୃକ୍ତି ସନ୍ଦେହ କରି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର ।