gulbir 111 Photograph: (Kanak news)
କନକ ବ୍ୟୁରୋ: ଏଠାରେ ଚାଲିଥିବା ବିଶ୍ବ ଦୌଡ଼କୁଦ ଇନ୍ଡୋର ଟୁର୍ ସିଲ୍ଭର ଲେବଲ୍ ପ୍ରତିଯୋଗିତାରେ ଭାରତର ଲଙ୍ଗ୍ ଡିଷ୍ଟାନ୍ସ ରନର୍ ଗୁଲବୀର ସିଂହ ନିଜ ଚମକ ଛାଡ଼ିଛନ୍ତି। ଚଳିତ ଋତୁର ପ୍ରଥମ ଦୌଡ଼ରେ ସେ ୧୩ ମିିନିଟ୍ ୧୫.୮୪ ସେକେଣ୍ଡରେ ୫୦୦୦ ମିଟର ରେସ୍ ଶେଷ କରି ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଆଗରେ ଆମେରିକାର ଆଣ୍ଡ୍ର୍ୟୁ ହଣ୍ଟର (୧୩:୧୦.୮୭) ଓ ଆବ୍ଦିହାମିଦ ନୁର (୧୩:୧୧୫୯) ରହି ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଜାତୀୟ ରେକର୍ଡଧାରୀ ଗୁଲବୀରଙ୍କ ଏହା ତୃତୀୟ ଦ୍ରୁତତମ ସମୟ। ତାଙ୍କର ଶ୍ରେଷ୍ଠ ସମୟ ହେଉଛି ୧୨.୫୯.୭୭ ସେକେଣ୍ଡ୍। ଏହା ସେ ଗୋଟିଏ ବର୍ଷ ତଳେ ବୁଷ୍ଟନ ୟୁନିଭର୍ସିଟି ଡିଏମ୍ଆର୍ ଚ୍ୟାଲେଞ୍ଜ୍ରେ ହାସଲ କରିଥିଲେ। ତାଙ୍କର ଦ୍ବିତୀୟ ଦ୍ରୁତତମ ସମୟ ହେଉଛି ୧୩ ମିନିଟ୍ ୧୧.୮୨ ସେକେଣ୍ଡ (୨୦୨୪ ୟୋଗିବେ ଆଥ୍ଲେଟିକ୍ ଚ୍ୟାଲେଞ୍ଜ କପ୍)।
Follow Us