କନକ ବ୍ୟୁରୋ  : ଗୁଜୁରାଟର ସୁରଟରେ ଏକ ଅଜିବଗରିବ ମାମଲା ସାମ୍ନାକୁ ଆସିଛି । ଯାହା ପୁରା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏହ ଘଟଣା ଲୋକଙ୍କୁ ଏକ ଫିଲ୍ମର କାହାଣୀ ପରି ଲାଗୁଛି । ତେବେ ଘଟଣାଟି ଥିଲା ଏହି ପ୍ରକାରର ବିହାରର ବାସିନ୍ଧା ରାହୁଲ ପ୍ରମୋଦ ମହୋତଙ୍କ ସହ ଅଞ୍ଜଳି କୁମାରୀଙ୍କ ବିବାହ ସୁରତର ଲକ୍ଷ୍ମି ହଲରେ ହେଉଥିଲା । ସବୁକିଛି ଠିକ୍‌ ଠାକ ଚାଲିଥିଲା । କିନ୍ତୁ ଯେତେବେଳେ ବନ୍ଧୁବାନ୍ଧବଙ୍କୁ ଖାଇବା ପରସା ଗଲା ବର ପକ୍ଷର ଲୋକମାନ ଖାଦ୍ୟ କମ୍‌  ପଡିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ସାମାନ୍ୟ କଥାକୁ ନେଇ ଏକ ବଡ ବିବାଦ ଉପୁଜିଲା । ବର ପକ୍ଷ  ବିବାହ ଭାଙ୍ଗିବା ପାଇଁ ଘୋଷଣା କରିଦେଲେ ।

Advertisment

ବିବାହ ଭାଙ୍ଗିବା ଦେଖି କନ୍ୟା ପକ୍ଷ ସାଙ୍ଗେ ସାଙ୍ଗେ ପୋଲିସ୍‌ ର ସହଯୋଗ ନେଇଥିଲେ। ଆଉ ପୋଲିସ୍ କୁ ସବୂ ଘଟଣା କହିଥିଲେ । ଡିଏସପି  ଆଲୋକ କୁମାରଙ୍କ ସୂଚନାଅନୁଯାୟୀ, ବର ରାହୁଲ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ତାଙ୍କ ପରିବାର ରାଜି ନାହାଁନ୍ତି । ଏହି ପରିସ୍ଥିତିରେ ପୋଲିସ୍‌ ଦୁଇ ପକ୍ଷକୁ ଥାନା କୁ ଡାକିଲେ ଏବଂ ବିବାଦକୁ ଶାନ୍ତ କରିବା ପାଇଁ  ଚେଷ୍ଟା କରିଲେ । ବହୁ ବୁଝା ସୁଝା କରିବା ପରେ ବର ପକ୍ଷ ରାଜିହୋଇଥିଲେ ବିବାହ  କରିବା ପାଇଁ । ତଥାପି କନ୍ୟାଙ୍କୁ ଡର ଥିଲା ବିବାହ ମଝିରେ ପୁଣି ବାବାଦ ଉପୁଜିପାରେ।  ସେଥିପାଇଁ ପୋଲିସ୍‌ ଥାନାରେ ହିଁ ବିବାହ ସମ୍ପନ୍ନ କରାଇଥିଲେ। ପୋଲିସ୍‌ ର ଉପସ୍ଥିତିରେ ବର କନ୍ୟା ଉଭୟ ଉଭୟଙ୍କୁ  ବରଣମାଳା ପିନ୍ଧାଇଥିଲେ। ଆଉ ବିବାହ ସମ୍ପନ୍ନ ହୋଇଥିଲା ।  ଯାହା ଏବେ ପୁରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।