କନକ ବ୍ୟୁରୋ: ଭୁଶୁଡିଲା ୪୩ବର୍ଷ ପୁରୁଣା ପୋଲ । ପୋଲ ତଳୁ ନଦୀକୁ ଖସିଲା ଯାନବାହାନ ଓ ଗଭୀର ପାଣିରେ ପଡି ଚାଲିଗଲା ୧୦ରୁ ଅଧିକ ଜୀବନ । ଗୁଜରାଟ ବଡୋଦାରରେ ଘଟିଛି ଏହି ଲୋମହର୍ଷଣକାରୀ ଦୁର୍ଘଟଣା । ଘଟଣାସ୍ଥଳରେ ଉଦ୍ଧାରକାମ ଜାରି ରହିଛି । ତେବେ ନଦୀରେ ବନ୍ୟାଜଳ ବେଶ ଅଧିକ ରହିବାରୁ ଉଦ୍ଧାରକାମ ବେଶ ବାଧାପ୍ରାପ୍ତ ହୋଇଛି । ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଘଟଣାସ୍ଥଳରେ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ ଭାଇ ପଟେଲ ।

Advertisment

ଏଥିସହ ବିଶେଷଜ୍ଞ ଟିମ ଦୁର୍ଘଟଣାର କାରଣ ଖୋଜୁଛନ୍ତି । ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ମୃତକ ଓ ଆହତଙ୍କ ପରିବାର ପାଇଁ ଅନୁକମ୍ପା ସାହାଯ୍ୟ ରାଶି ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସୂଚନା ଅନୁସାରେ ୪ଦଶନ୍ଧି ପୁରୁଣା ଏହି ପୋଲ ଅସୁରକ୍ଷିତ ଥିବା ନେଇ ପୂର୍ବରୁ ସତର୍କତା ଜାରି କରାଯାଇଥିଲା । ତଥାପି ଯାନବାହନ ଚଳାଚଳ ନେଇ କୌଣସି କଟକଣା ନଥିଲା । ତେବେ ଗମ୍ଭୀରା ପୋଲ ଭାଙ୍ଗିବା ପରେ ୨୧୨ କୋଟି ବ୍ୟୟରେ ନିର୍ମିତ ହେବ ନୂଆ ପୋଲ । ଗମ୍ଭୀର ପୋଲ ବଡୋଦରା ଓ ଆନନ୍ଦ ଜିଲ୍ଲାକୁ ଯୋଡେ । ଅନ୍ୟପଟେ ମଧ୍ୟ ଗୁଜରାଟ ଓ ସୌରାଷ୍ଟ୍ରର ଲାଇଫଲାଇନ ଭାବେ ଜଣାଯାଏ । ମହିସାଗର ନଦୀ ଉପରେ ବର୍ଷ ୧୯୮୩ରେ ନିର୍ମାଣ କରାଯାଇଥିଲା ।