କନକ ବ୍ୟୁରୋ: ଗୁଜରାଟରରେ ଦେଖଦେଇଛି ବନ୍ୟା ବିଭଷୀକା । ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୁଡିକି ରହିଛି । କେଉଁଠି ଘରଦ୍ୱାର ଭାସିଛି ତ ପୁଣି କେଉଁଠି ଲୋକମାନେ ଜଳବନ୍ଦୀ ଅଛନ୍ତି । ଏବେ ସୁଦ୍ଧା ୩୫ଜଣଙ୍କ ଜୀବନ ନେଇଛି ବନ୍ୟା ସେପଟେ ଆରବସାଗରେ ବାତ୍ୟା ସମ୍ଭାବନା ଦେଖାଗଲାଣି ।

Advertisment

କାର ବୁଡ଼ିଛି । ଘରଦ୍ୱାର ଭିତରେ ପାଣି । ଜଳବନ୍ଦୀ ଲୋକେ । ବସ୍ତି ବୁଡିଛି ବର୍ଷା ପାଣିରେ । ଲଗାତାର ବଢ଼ୁଛି ନଦୀର ଜଳସ୍ତର । କେଉଁଠି ମୁଣ୍ଡ ଉଚ୍ଚ ପାଣିରେ ଭାସୁଛି ସହର ତ ପୁଣି କେଉଁଠି ଜିନିଷ ଗୁଡିକ ଟ୍ରଲି, ମୁଣ୍ଡରେ ବୋହି ଘର ଛାଡୁଛନ୍ତି ଲୋକେ । ଆଉ କିଛି ସ୍ଥାନରେ ଦୀର୍ଘଘଂଟା ଧରି ଫସିରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ଏନଡିଆରଏଫ ଟିମ । ଲଗାଣ ବର୍ଷା ପରେ ଇଏ ହେଉଛି ଗୁଜରାଟର ବିଭିନ୍ନ ଜିଲ୍ଲାର ଦୃଶ୍ୟ । ଯୁଆଡେ ନଜର ଯାଉଛି ସେଠି କେବଳ ପାଣି ହିଁ ପାଣି । ମୌସୁମୀ ସହ ଲଘୁଚାପ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ଗୁଜରାଟ ।

ଗୁଜରାଟର ବିଭିନ୍ନ ଜିଲ୍ଲାର ବର୍ଷା ଓ ବନ୍ୟାରେ ବିଚଳିତ କରିବା ଭଳି ଦୃଶ୍ୟ ସାମ୍ନାକୁ  ଆସିଛି । ବଡୋଦରାର ଦୃଶ୍ୟ, ଯେଉଁଠି ଛାତ ଉପରେ ବିଶାଳ କାଳ କୁମ୍ଭୀରକୁ ଦେଖିବାକୁ ମିଳିଛି । ବର୍ଷା ପାଣିରେ ଭାସିଆସି ଛାତରେ ପହଁଚିଛି କୁମ୍ଭୀର । ସେପଟେ ଅକୋଟା ଷ୍ଟାଡିୟମରେ ୧୪ଫୁଟ ଲମ୍ବ ଏକ ବିଶାଳ କୁମ୍ଭୀରକୁ ଦେଖିବା ପରେ ଭୟ ଖେଳିଯାଇଛି । ସୁରଟର ଏକ ବସ୍ତି ଅଂଚଳରେ ମଧ୍ୟ ଏକାଧିକ କୁମ୍ଭୀର ପଶିବା ପରେ ଭୟର ଆତଙ୍କ ଖେଳିଛି । 

ସେପଟେ ବଡୋଦରା, ଅହମଦାବାଦ, ସୁରଟ ମଧ୍ୟ ବର୍ଷା ଓ ବନ୍ୟାର ଭୟଭୀତ କରିବା ଭଲି ଦୃଶ୍ୟ ସାମ୍ନାକୁ ଆସିଛି । ନଦୀରେ ଫସିରହିଥିବା ଯାତ୍ରୀ ଓ ମତ୍ସ୍ୟଜୀବୀଙ୍କୁ ଭାରତୀୟ ସେନା ହେଲିକପ୍ଟର ସାହଯ୍ୟରେ ଉଦ୍ଧାର କରୁଛି ତ ପୁଣି କେଉଁଠି ବୋଟରେ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ଆଶ୍ରୟସ୍ଥଳରେ ରହିବାଠୁ ନେଇ ଚିକିତ୍ସା ଓ ଖାଦ୍ୟପେୟର ସବୁପ୍ରକାର ବ୍ୟବସ୍ଥା କରାଯାଇଛି । 

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ ୩ଦିନ ଧରି ଗୁଜରାଟ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ହଜାର ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବଡୋଦରା, ଅହମଦାବାଦ, ସୁରଟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସେପଟେ ସ୍ଥିତିକୁ ଦେଖି ୩ଦିନ ପାଇଁ ପ୍ରଭାବିତ ଜିଲ୍ଲାର ସ୍କୁଲକୁ ବନ୍ଦ ରଖାଯାଇଛି ।