ପଦାରେ ପଡିଲା ଗୁଜରାଟ ପ୍ରଦେଶ କଂଗ୍ରେସର କନ୍ଦଳ, ଦଳରେ ରହି ବିଦ୍ରୋହୀ ନସାଜିବାକୁ ରାହୁଲଙ୍କ ଅପିଲ

ବାରମ୍ବାର ନିର୍ବାଚନ ହାରିବା ପରେ ଦଳୀୟ କର୍ମକର୍ତ୍ତାଙ୍କ ମନୋବଳ ଭାଙ୍ଗିଯାଇଛି । ତେଣୁ ପ୍ରାୟ ଅଢ଼େଇବର୍ଷ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଗଭର ହୋଇଛି । ସେଥିପାଇଁ ରାହୁଲ କର୍ମୀମାନଙ୍କ ମନୋବଳ ବଢ଼ାଇବାକୁ ଯାଇ ସମସ୍ତଙ୍କ ପାଇଁ ଉତ୍ତରଦାୟିତ୍ବ ଉପରେ ଗୁରୁତ୍ବ ଦେଇଛନ୍ତି

asdffasdfsafsa

କନକ ବ୍ୟୁରୋ : ଦଳର କର୍ମକର୍ତ୍ତା ଓ ସାଧାରଣ କର୍ମୀଙ୍କ ସହ ଦୁଇ ଦିନ ବିତାଇବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରତ୍ୟେକଙ୍କୁ ଉତରଦାୟୀ ହେବାକୁ ସତର୍କ କରିଛନ୍ତି । ପ୍ରତ୍ୟକ କର୍ମକର୍ତ୍ତା ନିଜ ସମୟ ମଧ୍ୟରେ ଦଳ ପାଇଁ କେତେ କାମ କରିଛନ୍ତି ତାର ବିସ୍ତୁତ ବିବରଣୀ ଦେବାକୁ ରାହୁଲ ଚାହିଁଛନ୍ତି । ଏଥିପାଇଁ ଖୁବଶିଘ୍ର ଗୁଜରାଟ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନ ପାଇଁ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି

ବାରମ୍ବାର ନିର୍ବାଚନ ହାରିବା ପରେ ଦଳୀୟ କର୍ମକର୍ତ୍ତାଙ୍କ ମନୋବଳ ଭାଙ୍ଗିଯାଇଛି । ତେଣୁ ପ୍ରାୟ ଅଢ଼େଇବର୍ଷ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଗଭର ହୋଇଛି । ସେଥିପାଇଁ ରାହୁଲ କର୍ମୀମାନଙ୍କ ମନୋବଳ ବଢ଼ାଇବାକୁ ଯାଇ ସମସ୍ତଙ୍କ ପାଇଁ ଉତ୍ତରଦାୟିତ୍ବ ଉପରେ ଗୁରୁତ୍ବ ଦେଇଛନ୍ତି

ଗତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିବା ବିଧାନସଭାର ୧୮୨ ଆସନ ମଧ୍ୟରୁ କଂଗ୍ରେସ ମାତ୍ର ୧୭ ଆସନ ଜିତି ସ୍ବିକୃତୀପ୍ରାପ୍ତ ବିରୋଧୀଦଳର ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିଲା । ଏଥିମଧ୍ୟରୁ ୫ଜଣ ବିଧାୟକ ବିଜେପିରେ ଯୋଗ ଦେବା ଫଳରେ ଏହାର ସଂଖ୍ୟା ୧୨ରେ ସୀମିତ ରହିଛି । ମାତ୍ର କ୍ରମାଗତ ଭାବେ ୨୦୧୪ର ଓ ୨୦୧୯ରେ ଗୋଟିଏ ଆସନ ବନସକଣ୍ଠରୁ ଜିତି ସମସ୍ତଙ୍କୁ   ଆଶ୍ଚର୍ଯ୍ୟ କରିଥିଲା । ଏହାକୁ ଦେଖି ବିଧାନସଭା ନିର୍ବାଚନର ଯଥେଷ୍ଟ ପୂର୍ବରୁ କଂଗ୍ରେସକୁ ସଜାଡିବାକୁ ରାହୁଲ ଉଦ୍ୟମ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe