ଗୁଜରାଟ ସୀମାରୁ ପାକିସ୍ତାନ ଗୁପ୍ତଚର ଗିରଫ : କେବଳ ୪୦ ହଜାର ଟଙ୍କା ପାଇଁ ଶତ୍ରୁକୁ ଦେଇଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଦେଶଦ୍ରୋହ ଅଭିଯୋଗରେ ସହଦେବ ସିଂ ଗୋହିଲ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଭାରତୀୟ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଯୋଗାଉଥିବାର ସାଂଘାତିକ ଅଭିଯୋଗ ଲାଗିଛି ।

spying-for-pak

spying-for-pak Photograph: (google)

କନକ ବ୍ୟୁରୋ : ଗୁଜରାଟରୁ ଆଉ ଜଣେ ଗୁପ୍ତଚର ଗିରଫ । ଦେଶଦ୍ରୋହ ଅଭିଯୋଗରେ ସହଦେବ ସିଂ ଗୋହିଲ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଭାରତୀୟ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଯୋଗାଉଥିବାର ସାଂଘାତିକ ଅଭିଯୋଗ ଲାଗିଛି । ଏଥିସହ ବିଏସଏଫର ଅନେକ ତଥ୍ୟ ମଧ୍ୟ ପାକିସ୍ତାନକୁ ଦେଇଥିବା ସୂଚନା ମିଳିଛି । ମେ ୨ରେ ସହଦେବଙ୍କୁ ଜେରା ପାଇଁ ଡକାଯାଇଥିଲା । ଅଦିତି ଭରଦ୍ବାଜ ନାମକ ମହିଳା ସହ ସେ ହ୍ବାଟସଆପ୍ ଚାର୍ଟ କରି ତଥ୍ୟ ଦେଉଥିବା କଥା କହିଥିଲେ । ତଥ୍ୟ ଦେବା ପାଇଁ ୪୦ ହଜାର ଟଙ୍କାର ଡିଲ୍ ମଧ୍ୟ ହୋଇଥିଲା । ତେବେ ନିକଟରେ ୧୫ ଜଣ ଗୁପ୍ତଚରଙ୍କୁ ଦେଶର ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଛି । 

ଗୁଜରାଟ ସୀମାରେ ପାକ୍ ଗୁପ୍ତଚର

-ଗୁଜରାଟର କଚ୍ଛ ସୀମାରେ ସହଦେବ ସିଂ ଗିରଫ 
-ଏକ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରୁଥିଲା ସହଦେବ
-ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ଦେଉଥିବା ଅଭିଯୋଗ
-ଭାରତୀୟ ସୁରକ୍ଷା ବଳ ଓ ନୌସେନା ସମ୍ପର୍କରେ ସମ୍ବେଦନଶୀଳ ତଥ୍ୟ ଦେଉଥିବା ଅଭିଯୋଗ
-ଅଦିତି ଭରଦ୍ବାଜ ନାମକ ମହିଳାଙ୍କୁ ଭିଡିଓ ପଠାଉଥିବା ଅଭିଯୋଗ
-ଅଦିତିଙ୍କ ସହ ସହଦେବଙ୍କ ୨୦୨୩ରେ ସମ୍ପର୍କ ସ୍ଥାପନ ହୋଇଥିଲା
-ଅଦିତି ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ଏଜେଣ୍ଟ ଥିଲେ
-ସୂଚନା ଦେବା ପାଇଁ ସହଦେବଙ୍କୁ ୪୦ ହଜାର ଟଙ୍କା ମିଳିଥିଲା
-ସହଦେବଙ୍କ ଫୋନକୁ ଫରେନସିକ୍ ଲ୍ୟାବକୁ ପଠାଇ ଦିଆଯାଇଛି
-ପୂର୍ବରୁ କଚ୍ଛରେ ଗିରଫ ହୋଇସାରିଛନ୍ତି ୨ ଗୁପ୍ତଚର  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe