କନକ ବ୍ୟୁରୋ : ଗୁଜରାଟରୁ ଆଉ ଜଣେ ଗୁପ୍ତଚର ଗିରଫ । ଦେଶଦ୍ରୋହ ଅଭିଯୋଗରେ ସହଦେବ ସିଂ ଗୋହିଲ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଭାରତୀୟ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଯୋଗାଉଥିବାର ସାଂଘାତିକ ଅଭିଯୋଗ ଲାଗିଛି । ଏଥିସହ ବିଏସଏଫର ଅନେକ ତଥ୍ୟ ମଧ୍ୟ ପାକିସ୍ତାନକୁ ଦେଇଥିବା ସୂଚନା ମିଳିଛି । ମେ ୨ରେ ସହଦେବଙ୍କୁ ଜେରା ପାଇଁ ଡକାଯାଇଥିଲା । ଅଦିତି ଭରଦ୍ବାଜ ନାମକ ମହିଳା ସହ ସେ ହ୍ବାଟସଆପ୍ ଚାର୍ଟ କରି ତଥ୍ୟ ଦେଉଥିବା କଥା କହିଥିଲେ । ତଥ୍ୟ ଦେବା ପାଇଁ ୪୦ ହଜାର ଟଙ୍କାର ଡିଲ୍ ମଧ୍ୟ ହୋଇଥିଲା । ତେବେ ନିକଟରେ ୧୫ ଜଣ ଗୁପ୍ତଚରଙ୍କୁ ଦେଶର ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଛି ।
ଗୁଜରାଟ ସୀମାରେ ପାକ୍ ଗୁପ୍ତଚର
-ଗୁଜରାଟର କଚ୍ଛ ସୀମାରେ ସହଦେବ ସିଂ ଗିରଫ
-ଏକ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରୁଥିଲା ସହଦେବ
-ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ଦେଉଥିବା ଅଭିଯୋଗ
-ଭାରତୀୟ ସୁରକ୍ଷା ବଳ ଓ ନୌସେନା ସମ୍ପର୍କରେ ସମ୍ବେଦନଶୀଳ ତଥ୍ୟ ଦେଉଥିବା ଅଭିଯୋଗ
-ଅଦିତି ଭରଦ୍ବାଜ ନାମକ ମହିଳାଙ୍କୁ ଭିଡିଓ ପଠାଉଥିବା ଅଭିଯୋଗ
-ଅଦିତିଙ୍କ ସହ ସହଦେବଙ୍କ ୨୦୨୩ରେ ସମ୍ପର୍କ ସ୍ଥାପନ ହୋଇଥିଲା
-ଅଦିତି ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ଏଜେଣ୍ଟ ଥିଲେ
-ସୂଚନା ଦେବା ପାଇଁ ସହଦେବଙ୍କୁ ୪୦ ହଜାର ଟଙ୍କା ମିଳିଥିଲା
-ସହଦେବଙ୍କ ଫୋନକୁ ଫରେନସିକ୍ ଲ୍ୟାବକୁ ପଠାଇ ଦିଆଯାଇଛି
-ପୂର୍ବରୁ କଚ୍ଛରେ ଗିରଫ ହୋଇସାରିଛନ୍ତି ୨ ଗୁପ୍ତଚର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/24/spying-for-pak-2025-06-24-21-39-49.jpg)