କନକ ବ୍ୟୁରୋ : ଗୁଜରାଟରୁ ଆଉ ଜଣେ ଗୁପ୍ତଚର ଗିରଫ । ଦେଶଦ୍ରୋହ ଅଭିଯୋଗରେ ସହେଦବ ସିଂ ଗୋହିଲ ନାମକ ବ୍ୟକ୍ତିଙ୍କୁ ଗରିଫ କରିଛି ଗୁଜରାଟ ଏଟିଏଏସ । ଭାରତୀୟ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଦେଉଥିବା ନେଇ ସାଂଘାତିକ ଅଭିଯୋଗ ରହିଛି ତାଙ୍କ ନାମରେ । ଏଥିସହ ବିଏସଏଫର ଅନେକ ତଥ୍ୟ ମଧ୍ୟ ପାକିସ୍ତାନକୁ ଦେଇଥିବା ସୂଚନା ମିଳିଛି । ମେ ୨ରେ ସହଦେବଙ୍କୁ ଜେରା ପାଇଁ ଡକାଯାଇଥିଲା । ଆଦିତ ଭରଦ୍ବାଜ ନାମ୍ନୀ ମହିଳା ସହ ସେ ହ୍ବାଟସଅପ ଚାର୍ଟ କରି ତଥ୍ୟ ଦେଉଥିବା କହିଥିଲେ ଓ ସେହି ଆଦିତି ପାକିସ୍ତାନର ଏଜେଣ୍ଟ ବୋଲି ସେ ପରେ ଜାଣିବାକୁ ପାଇଥିଲେ ।  ତେବେ ତଥ୍ୟ ଦେବା ପାଇଁ ୪୦ହଜାର ଟଙ୍କାର ଡିଲ ହୋଇଥିଲା । ନିକଟରେ ୧୫ଜଣ ଗୁପ୍ତଚରଙ୍କୁ ଦେଶର ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଛି ।