କନକ ବ୍ୟୁରୋ : ଭୁଶୁଡ଼ିଲା ୪୫ ବର୍ଷର ପୁରୁଣା ପୋଲ । ପୋଲ ତଳୁ ନଦୀକୁ ଖସିଲା ଯାନବାହନ ଓ ଗଭୀର ପାଣିରେ ପଡ଼ି ଚାଲିଗଲା ୧୩ ଜଣଙ୍କ ଜୀବନ । ଗୁଜରାଟ ବଡୋଦରାରେ ଆଜି ଘଟିଛି ଏହି ଲୋମ ହର୍ଷଣକାରୀ ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଭଙ୍ଗା ପୋଲର ମୁଖଭାଗରେ ଝୁଲି ରହିଛି ବିଶାଳ ଟ୍ୟାଙ୍କର । ଗଭୀର ନଦୀକୁ ଖସୁ ଖସୁ ଅଟକି ଯାଇଛି ଟ୍ୟାଙ୍କର । ବଡଦୋରାର ଗମ୍ଭୀରା ପୋଲ ଦୀର୍ଘ ୪୩ ବର୍ଷ ପୁରୁଣା । ବୁଧବାର ସକାଳୁ ଯାନବାହନ ଚଳାଚଳ କରୁଥିବା ସମୟରେ ହଠାତ ପୋଲର ମଝି ଭାଗ ଭାଙ୍ଗିଯାଇଥିଲା । ଫଳରେ ନଦୀ ଭିତରକୁ ଏକାଧିକ ଯାନବାହନ ଖସିପଡ଼ିବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ଘଟଣାସ୍ଥଳରେ ଉଦ୍ଧାରକାମ ଜାରି ରହିଛି ।  ବିଶେଷଜ୍ଞ ଟିମ ଦୁର୍ଘଟଣାର କାରଣ ଖୋଜୁଛନ୍ତି । 

Advertisment
gujarat_bridge_collap
gujarat_bridge_collap Photograph: (kanaknews)

୪ ଦଶନ୍ଧି ପୁରୁଣା ଏହି ପୋଲ ଅସୁରକ୍ଷିତ ଥିବା ନେଇ ପୂର୍ବରୁ ସତର୍କତା ଜାରି କରାଯାଇଥିଲା । ତଥାପି ଯାନବାହନ ଚଳାଚଳ ନେଇ କୌଣସି କଟକଣା ନଥିଲା । ଗମ୍ଭୀର ପୋଲ ବଡୋଦରା ଓ ଆନନ୍ଦ ଜିଲ୍ଲାକୁ ଯୋଡ଼େ । ଅନ୍ୟପଟେ ଏହା ଗୁଜରାଟ ଓ ସୌରାଷ୍ଟ୍ରର ଲାଇଫଲାଇନ ଭାବେ ଜଣାଯାଏ । ମହିସାଗର ନଦୀ ଉପରେ ବର୍ଷ ୧୯୮୩ରେ ନିର୍ମାଣ କରାଯାଇଥିଲା ।