କନକ ବ୍ୟୁରୋ : ଗୁଜରାଟ ବନାସକଣ୍ଠା ନିକଟ ଡିସା ଠାରେ ମଙ୍ଗଳବାର ଦିନ ଏକ ବଡ଼ ଅଘଟଣ ଘଟିଛି । ଏଠାରେ ଥିବା ଏକ ବାଣ କାରଖାନାର ବୟଲର ଫାଟିବା କାରଣରୁ ମଧ୍ୟପ୍ରଦେଶର ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏହାସହ ୩ ଜଣ ଗୁରତର ହୋଇଥିବା ବେଳେ ୫ ଜଣ ଶ୍ରମିକ ସାମାନ୍ୟ ଆହାତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ବୟଲର ଫାଟିବା ବେଳେ ଶ୍ରମିକମାନେ ସେଠାରେ କାମ କରୁଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି, କିଛି ଶ୍ରମିକଙ୍କ ଅଙ୍ଗ ୫୦ ମିଟର ଦୂର ପର୍ଯ୍ୟନ୍ତ ଛିଟିକି ପଡିଥିଲା । ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବାକୁ ୫ ଘଣ୍ଟା ସମୟ ଲାଗିଥିଲା । 

Advertisment

ଦୁର୍ଘଟଣାରେ ମୃତ ଓ ଆହାତ ସମସ୍ତ ଶ୍ରମିକ ମଧ୍ୟପ୍ରଦେଶର । ସେମାନେ ୨ ଦିନ ପୂର୍ବରୁ ଏଠାକୁ କାମ କରିବାକୁ ଆସିଥିଲେ । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ ସୂଚନା ମୁତାବକ ଏହି କମ୍ପାନୀ ପାଖରେ ବାଣ ବିକ୍ରି କରିବାର ଲାଇସେନ୍ସ୍ ଥିଲା, ହେଲେ କମ୍ପାନୀ ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିଲା ।